32.9 C
Balāngīr
Saturday, April 26, 2025

ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା || ୪ଜଣଙ୍କ ମୃତ୍ୟୁ ଅଭିଯୋଗ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁରିବାହାଲ ତା ୩୦/୦୩/୨୫-ଆପ୍ର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ଦୁଇଟି ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଏଥିରେ ତିନିଟି ଅପମୃତ୍ୟୁ ମାମଲାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ହଳଦୀ,ସେମେଲପାଲି ଗ୍ରାମରେ ଦୁଇ ପ୍ରେମୀ ଯୁଗଳ ଓ ଗୁଡିଘାଟ ଗ୍ରାମରେ ଦୁଇ ସ୍ଵାମୀସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସମସ୍ତ ୪ଜଣଙ୍କ ମୃତଦେହ ଘରେ ପଡ଼ିରହିଥିବା ଅଭିଯୋଗ ହୋଇଥିଲା।

ପ୍ରଥମ ଘଟଣାରେ ହଳଦୀ ନିକଟବର୍ତ୍ତୀ ସେମେଲପାଲି ଗ୍ରାମରେ ଘରୁ ଫେରାର ହୋଇଥିବା ଦୁଇ ପ୍ରେମୀ ଯୁଗଳ ପ୍ରେମିକଙ୍କ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମେଲପାଲି ଗ୍ରାମର ନୁର୍ତ୍ତ ନାଗଙ୍କ ପୁଅ ଅରବିନ୍ଦ ନାଗ(୧୮) ଓ ଗ୍ରାମର ସନ୍ତୋଷ ନାଗଙ୍କ ଝିଅ ସଂଯୁକ୍ତା ଓରଫ ପୂଜା ନାଗ(୨୦)ଶନିବାର ସନ୍ଧ୍ୟାରେ ଘରୁ ଫେରାର ହୋଇଯାଇଥିଲେ।ଉଭୟ ସମ୍ପର୍କୀୟ ପିଉସୀ(ନନା)-ଭଣଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡିଛି।ଏ ସମ୍ପର୍କରେ ଝିଅ ଘର ପକ୍ଷରୁ ପ୍ରଥମେ ରାତିରେ ମୁରିବାହାଲ ଥାନାରେ ଏକ ନିଖୋଜ ଏତଲା ଦିଆଯାଇଥିଲା।030fbdda aee8 469b a816 c82fb293cfd3 ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା || ୪ଜଣଙ୍କ ମୃତ୍ୟୁ ଅଭିଯୋଗ

ଏତଲା ଆଧାରରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରି ଗାଁକୁ ପହଞ୍ଚିଥିଲା।ଉଭୟ ପରିବାର ଲୋକେ ମଧ୍ୟ ଗ୍ରାମବାସୀଙ୍କ ସହ ମିଶି ପୁଅଝିଅକୁ ଖୋଜିବାକୁ ଲାଗିଥିଲେ।ଉଭୟଙ୍କୁ ଫେରାର କରିବାରେ ସହଯୋଗ କରିଥିବା କେତେକଙ୍କ ନାଁରେ ଝିଅ ଘର ଲୋକ ଅଭିଯୋଗ କରିଥିଲେ।ସନ୍ଦେହରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖିଛି।ରାତିରେ ପରିବାର ଲୋକେ ନିଖୋଜ ଉଭୟ ପ୍ରେମିକ ପ୍ରେମିକାଙ୍କ ମୃତଦେହ ପ୍ରେମିକ ଅରବିନ୍ଦଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।ବଞ୍ଚିଥିବେ ଭାବି ଉଭୟଙ୍କୁ ପଙ୍ଖାରୁ ଓହ୍ଲାଇ ଦିଆଯାଇଥିବା ଜଣାପଡିଛି।4a1f7b98 6b98 447d b2d3 9bf6d34a4ed3 ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା || ୪ଜଣଙ୍କ ମୃତ୍ୟୁ ଅଭିଯୋଗ

ମୃତ ଝିଅଙ୍କ ବାପା ତାଙ୍କ ଝିଅଙ୍କୁ ପୁଅ ଘର ଲୋକେ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି।ମୃତ ଝିଅଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଅପମୃତ୍ୟୁ କେଶ ନ ୦୪/୨୫ରୁଜ୍ଜୁ କରିଥିବା ବେଳେ ପୁଅର ବାପାଙ୍କ ଏତଲା ଆଧାରରେ ଅପମୃତ୍ୟୁ କେଶ ନ ୦୫/୨୫ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି,ଥାନା ଆଇଆଇସି ସିପୋରା ସରାୟ ଲୁଗୁନ,ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ସବ -ଇନ୍ସପେକ୍ଟର ପ୍ରମୋଦ ପଧାନ, ଦନାର୍ଦନ ଓରାମ, ଏଏସଆଇ ଜଗଦିଶ ମହାନନ୍ଦଙ୍କ ସହ ପୁଲିସ ଟିମ ଉପସ୍ଥିତ ଥିଲେ।

Two Principal Secretaries of PMO, India, Hail from Odisha: A Proud Moment for the State

ac44fdaf 3226 4684 b9e3 a840cfed58af ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା || ୪ଜଣଙ୍କ ମୃତ୍ୟୁ ଅଭିଯୋଗବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିଲା।ପୁଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ସେହିପରି ଗୁଡିଘାଟ ଗ୍ରାମର ପ୍ରେମ ଓରଫ ଡ଼ାକଟର ମାଝୀ(୨୫) ଓ ତାଙ୍କ ପତ୍ନୀ ଭାନୁମତୀ ମାଝୀ(୨୩)ଙ୍କ ମୃତଦେହ ମଧ୍ୟ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘରେ ପଡ଼ିଥିବା ପଡ଼ୋଶୀ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ।ଉଭୟ ୩ବର୍ଷ ତଳେ ବିବାହ କରିଥିବା ବେଳେ କୌଣସି ପାରିବାରିକ କଳହରୁ ସେମାନେ ଘର ଭିତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଅପମୃତ୍ୟୁ କେଶ ନ ୦୬/୨୫ରୁଜ୍ଜୁ କରି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଦୁଇଟି ଅଭାବନୀୟ ଘଟଣାରେ ଉଭୟ ସେମେଲପାଲି ଓ ଗୁଡିଘାଟ ସମେତ ସମଗ୍ର ବ୍ଲକ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ପୁଲିସ ଉଭୟ ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ତନାଘନା ତଦନ୍ତ ଜାରି ରଖିଥିବା କଣ୍ଟାବାଞ୍ଜି ଏସଡିପିଓ ଶ୍ରୀ ମାରାଣ୍ଡି ଓ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...