32.9 C
Balāngīr
Wednesday, April 30, 2025

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍ ର ଶୁଭାରମ୍ଭ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୬/୦୨) : ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 02 06 at 20.20.28 1 ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍ ର ଶୁଭାରମ୍ଭ

ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ,ସଦର ସରପଞ୍ଚ ବିଶ୍ବବିହାରୀ ଯୋଷୀ, ପୋଲିସ କନେଷ୍ଟବଳ ସୁଦାମ ନାଗ ଓ ଓଏପିଏପିଏଫ ଉଙ୍ଗା ମାଡ଼କାମୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ପ୍ରଥମେ ନିଜେ କିପରି ଶୃଙ୍ଖଳିତ ହେବା ସଙ୍ଗେସଙ୍ଗେ ଜନସାଧାରଣଙ୍କୁ କିଭଳି ଶୃଙ୍ଖଳିତ କରାଯାଇପାରିବ, ନିୟମ ମାନି ଚଳିବା,ନିଜେ କୌଣସି ଅପରାଧ ନ କରିବା ତଥା ଲୋକଙ୍କୁ କୌଣସି ଅପରାଧ ନ କରିବାକୁ ବୁଝାଇବା ଉପରେ ଅତିଥିମାନେ ନିଜ ବକ୍ତବ୍ୟରେ ଗୁରୁତ୍ବ ପ୍ରଦାନ କରିଥିଲେ ।WhatsApp Image 2025 02 06 at 20.20.29 ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍ ର ଶୁଭାରମ୍ଭ

ଛାତ୍ର ପୋଲିସ କେଡେଟରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟର ସମସ୍ତ ୪୪ଜଣ ଛାତ୍ରଛାତ୍ରୀ ମୁରିବାହାଲ ପୋଲିସ ଥାନା ମଧ୍ୟ ପରିଦର୍ଶନ ପାଇଁ ଯାଇ ପୋଲିସର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ପଚାରି ବୁଝିଥିଲେ।ଏଥିରେ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।ଏ ସମ୍ପର୍କରେ ଥାନା ଆଇଆଇସି ଶ୍ରୀମତୀ ଲୁଗୁନଙ୍କୁ ପଚାରିବାରୁ ପ୍ରଥମ ଥର ପାଇଁ ଗଠିତ ଏହି କେଡେଟରେ ସାମିଲ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଅଲଗା ୟୁନିଫର୍ମ ସହ ସେମାନେ ବିଭିନ୍ନ ସମୟରେ ପୁଲିସକୁ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଚନ୍ଦ୍ରଧ୍ଵଜ ଭୋଇ, ହେମନ୍ତ ନାଗ,ରଶ୍ମିଲତା ପାତ୍ର, ଦିପ୍ତିମୟୀ ଲେଙ୍କା, ଓ ଅନ୍ଯ କର୍ମଚାରୀ ସହଯୋଗ କରିଥିଲେ । ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ତଥା ଏସପିସି ଇନଚାର୍ଜ ନୀତେଶ କୁମାର ତାଣ୍ଡି ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...