ମୁରିବାହାଲ, (୨୩/୦୬) : ଆପ୍ର. : ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଠାରେ “ଆମ ସଂକଳ୍ପ ନିଶା ନୁହେଁ ଜୀବନ”ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବିଇଓ ସନ୍ତାନ୍ତୁ କୁମାର ପଢିହାରୀ, ସମ୍ମାନୀତ ଅତିଥି ଅବକାରୀ ଓ଼ଆଇସି ବଙ୍ଗୋମୁଣ୍ଡା ସୁମିତ କୁମାର ସାହୁ, ଏଏସଆଇ ହିଙ୍ଗୁଳା ଦାସ,ଗୁଡିଘାଟ ହାଇସ୍କୁଲ ସହକାରୀ ଶିକ୍ଷକ କିଶୋର ନାୟକ ଯୋଗଦେଇଥିଲେ । ଏହି ଅବସରରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ “ସୁ” ଓ “କୁ” ବିଷୟରେ ବିସ୍ତୃତ ଭାବରେ ମତବ୍ୟକ୍ତ କରିଥିଲେ । ମାଦକ ଦ୍ରବ୍ୟ ଅପକାରିତା ଉପରେ ସମସ୍ତଙ୍କୁ ସଚେତନତା କରିବାକୁ କହିଥିଲେ ।
ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ରଚନା ଏବଂ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ବ୍ଲକ ର ବିଭିନ୍ନ ହାଇସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ହେମନ୍ତ ନାଗ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ବିକ୍ରମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।