ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୨) : ମୁରିବାହାଲ ବ୍ଲକ ସଦର ପଞ୍ଚାୟତି ହାଇସ୍କୁଲ ଠାରେ ଗୁରୁବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଏବିଇଓ କୈଳାସ ଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ସାହୁ, ସମ୍ମାନିତ ଅତିଥି କାନ୍ତାରାମ ଧରୁଆ ମଞ୍ଚସିନଥିଲେ । ଏହି ଅବସରରେ ଅତିଥି ବୃନ୍ଦ ସର୍ବୋତ୍ତମ ଛାତ୍ରଛାତ୍ରୀ, ଗଠନ କରିବା ପାଇଁ ଶିକ୍ଷକ, ଶିକ୍ଷିକା ଓ ଅଭିଭାବକ କର୍ତ୍ତବ୍ୟ ଉଦ୍ଦେଶ୍ୟରେ ମତ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହେମନ୍ତ ନାଗ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଦୀପ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ମହାନ୍ତି, ରଶ୍ମିଲତା ପାତ୍ର, ବିକ୍ରମ ପୁରୋହିତ, ମନୋଜ କୁମାର ସ୍ୱାଇଁ, ଡି.ରିଚାଇ ନାଗ, ସୋମନାଥ ମାଝୀ, ଦିପ୍ତିମୟୀ ଲେଙ୍କା, ଚନ୍ଦ୍ରଧ୍ଵଜ ଭୋଇ, ନୀତେଶ ତାଣ୍ଡି, କଳାକାହ୍ନୁ ରଣା, ଶିଶିର କୁମାର ବୈଠାରୁ, ନୀଳାମ୍ବର ରାଉତ, ସୁରେଶ ମହାକୁର, ମନୋହର ଥାଟି ପ୍ରମୁଖ ସାମିଲଥିଲେ । “