32.9 C
Balāngīr
Tuesday, May 20, 2025

ମୁରିବାହାଲ-ବଲାଙ୍ଗିର ରାସ୍ତାରେ କାର ଓଲଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପରିବାର, ୩ ଆହତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ମୁରିବାହାଲ, (୦୫/୦୫) :ଆପ୍ର. : ମୁରିବାହାଲ- ବଲାଙ୍ଗିର ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାର ବାବେଜୁରୀ ଗାଁ ହରଗୌରୀ ମନ୍ଦିର ନିକଟ ବୁଲାଣିରେ ରବିବାର ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ବଲାଙ୍ଗିର ସହରର ଏକ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ବଲାଙ୍ଗିର ସହର ଟିକ୍ରାପଡ଼ାର ଏକ ପରିବାର କାର ଓଡ଼ି ୦୩ ଇ ୨୭୭୨ ଯୋଗେ ଖଡ଼ିଆଳ ଯାଇ ବଲାଙ୍ଗିରକୁ ଫେରୁଥିଲେ । କାରକୁ ସ୍ଵାମୀ ଚଳାଉଥିବା ବେଳେ ପଛରେ ସ୍ତ୍ରୀ ଓ ତାଙ୍କର ଏକ ଛୁଆ ବସିଥିଲେ । ହଠାତ୍ ଘଟଣା ସ୍ଥଳର ଏହି ବୁଲାଣିରେ କାରର ଆଗ ଚକ ଫାଟିଯାଇ ରାସ୍ତା ପାଖ ଏକ ଫଳକରେ ପିଟି ହୋଇ କାରଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା । କାରର ସମସ୍ତ ୪ଟି ଚକ ଉପରକୁ ହୋଇ ଆଗପଟ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ କାରରେ ବସିଥିବା ସମସ୍ତେ ଚାପି ହୋଇ ଆହତ ହୋଇଥିଲେ । ତୁରନ୍ତ କାରର ପଛରେ ସେହି ରାସ୍ତା ଦେଇ ଯାଉଥିବା ମୁରିବାହାଲ ଥାନା କନେଷ୍ଟବଳ କିର୍ଶନ ପୁଝାରୀ, ସ୍ୱେଚ୍ଛାସେବୀ ମକୁନ୍ଦ ବଗର୍ତ୍ତିଙ୍କ ସହ ଅନ୍ୟମାନେ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ ।

କାର ପଛ ସିଟରେ ବସିଥିବା ମହିଳା ଓ ତାଙ୍କ ଛୁଆଙ୍କୁ ପ୍ରଥମେ କାରରୁ ବାହାର କରାଯାଇଥିବା ବେଳେ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ମୋଟା ଥିବାରୁ କାର ଗେଟ୍ ଭାଙ୍ଗି ତାଙ୍କୁ ବାହାର କରାଯାଇଥିଲା । ପରିବାରର ଆହତ ସ୍ଵାମୀ, ସ୍ତ୍ରୀ ଓ ଛୁଆଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ପଠାଯାଇଥିଲା । କାର ଚକ ଫାଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଳ୍ପକେ ମୃତ୍ୟୁମୁଖରୁ ଏକ ପରିବାର ବର୍ତ୍ତି ଯାଇଥିଲେ ମଧ୍ୟ ୩ ଆହତଙ୍କୁ ଉଦ୍ଧାର କରି ପୁଲିସ ଓ ସ୍ୱେଚ୍ଛାସେବୀମାନେ ତୁରନ୍ତ ମେଡିକାଲ୍ ପଠାଇବାରୁ ଏକ ବଡ ଅଘଟଣ ଟଳି ଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...