32.9 C
Balāngīr
Wednesday, April 30, 2025

ମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜାତୀୟ ବିଜ୍ଞାନ ଦିବସ ପାଳିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୮/୨) : ମୁରିବାହାଲ ବ୍ଲକ ସଦର ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି ।WhatsApp Image 2025 03 01 at 10.04.44 1 ମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତତ୍ ସହିତ ବିଜ୍ଞାନ ଓ ଗଣିତ କ୍ଲବ ର ଶିକ୍ଷା ଉତ୍ସବ ମଧ୍ୟ ପ୍ରଧାନ ଶିକ୍ଷକ ଶ୍ରୀ ସୁନୀଲ କୁମାର ପାତ୍ର ଙ୍କ ସଭାପତିତ୍ବରେ ରେ ପାଳିତ ହୋଇଯାଇଛି । ସଭା ରେ ଶିକ୍ଷକ ମାନେ ବହୁମୂଲ୍ୟ ମତାମତ ଦେଇ ଉତ୍ସାହିତ କରିଥିଲେ। ଛାତ୍ର ଛାତ୍ରୀ ଆଗ୍ରହ ର ସହ ବିଭିନ୍ନ ଶିକ୍ଷଣୀୟ ମୋଡେଲ ତିଆରି କରି ପ୍ରଦର୍ଶିତ କରିଥିଲେ । ମୋଡେଲ ତିଆରି ରେ ବିଜ୍ଞାନ ଶିକ୍ଷକ/ ଶିକ୍ଷୟତ୍ରୀ ରଶ୍ମିଲତା ପାତ୍ର,ବିକ୍ରମ ପୁରୋହିତ,ମନୋଜ ସ୍ଵାଇଁ ,ଡି ରିଚେଲ ନାଗ ସହଯୋଗ କରିଥିଲେ । ସମସ୍ତ ଶିକ୍ଷକ ଙ୍କ ଦ୍ଵାରା ଚୟନ କରାଯାଇଥିଲା । ଏହା ସହ କୁଇଜ୍, ବକ୍ତୃତା ପ୍ରତିଯୋଗିତା ହୋଇଥିଲା ଓ କ୍ରୁତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ମହାନ୍ତି,ହେମନ୍ତ ନାଗ, ଚନ୍ଦ୍ରଧ୍ଵଜ ଭୋଇ, ନିତେଶ ତାଣ୍ଡି, କଳାକାହ୍ନୁ ରଣା, ସିସିର ବୈଠାରୁ, ତଥା ପ୍ରଦୀପ ପୁଟେଲ, ନିଲାମ୍ଵର ରାଉତ, ସୁରେସ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲl ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ବୁଡ଼େକ ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି ବାଗ ଯୋଗଦେଇଥିଲେ |ଅତିଥି ବୃନ୍ଦ ଜାତୀୟ ବିଜ୍ଞାନ ଦିବସ ସମମ୍ବନ୍ଧରେ ନିଜର ମତ ପ୍ରଦାନ କରିଥିଲେ l ବିଦ୍ୟାଳୟର ଗଣିତ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ହେମନ୍ତ କୁମାର ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଉମେଶ ମାଝୀ, ଶ୍ରୀ ବିକାଶ ସାହୁ, ଶ୍ରୀ ଦେବାଶିଷ ବାଗ, ଶ୍ରୀ ଗୋବିନ୍ଦ ବଗର୍ତି, ଶ୍ରୀମତୀ ଦିବ୍ୟକାନ୍ତି ଭୋଇ ଓ ଶ୍ରୀମତୀ ବିନୋଦିନୀ ନାୟକ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।WhatsApp Image 2025 03 01 at 10.04.44 ମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସେହିପରି ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୁୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଙ୍କ ଅଧ୍ୟକ୍ଷୟରେ ମୁଖ୍ୟଅତିଥି ରୂପେ ସିଆରସିସି ସୁଧୀର ନାଗ ଯୋଗଦେଇଥିଲେ । ଶିକ୍ଷକ/ଶିକ୍ଷୟିତ୍ରୀ ମତାମତ ଦେଇ ଉତ୍ସାହିତ କରିଥିଲେ। ଛାତ୍ର ଛାତ୍ରୀ ଆଗ୍ରହ ର ସହ ବିଭିନ୍ନ ଶିକ୍ଷଣୀୟ ମୋଡେଲ ତିଆରି କରି ପ୍ରଦର୍ଶିତ କରିଥିଲେ । ମୋଡେଲ ତିଆରି ରେ ବିଜ୍ଞାନ ଶିକ୍ଷକ/ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ଵାରା ଚୟନ କରାଯାଇଥିଲା । ଏହା କ୍ରୁତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରୀମତୀ ସଫଳା ମିଶ୍ର,ଶ୍ରୀମତୀ ସରୋଜିନୀ ମିଶ୍ର, ଶ୍ରୀମତୀ ଜୟମାଳିନୀ ପଟ୍ଟନାୟକ, ସୁଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ,ନୀଳମଣି ଦୀପ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...