ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୧) : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ବ୍ଲକସ୍ତରୀୟ ରନ୍ଧନ ପ୍ରତିଯୋଗିତା ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବରୁ ଗତ ୨୩,୨୪ ଓ ୩୧ ତାରିଖରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଥିବା ପାଚିକା ଓ ସହାୟିକାଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହାପରେ ୮ଟି କେନ୍ଦ୍ରରେ ରନ୍ଧନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେଥିରୁ ପ୍ରଥମ ହୋଇଥିବା ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରତିଯୋଗିତାକୁ ଆସିଥିଲେ । ମୋଟ ଜଣ ୬ ଜଣ ପ୍ରତିଯୋଗୀ ଯୋଗଦେଇଥିଲୁ ଚନା ସରାଫ, ଭୋଇପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପାଞ୍ଚାଳୀ ସିଂ ବାବୁ, ଚଳକୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମନ୍ଦୋଦରୀ ବୁଡେକ, ମୁରିବାହଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନମିତା ପଧାନ, ସଓରସପଡା ପ୍ରାଥମିକ ବିଦ୍ୟାଳୟ,ଭୂମି ଚନ୍ଦନ,ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମାଧବୀ ବାଗ ଅଂଶଗ୍ରହଣ କରିଥିଲେ ।
ସେମାନଙ୍କ ମଧ୍ୟରୁ ଅନୁଷ୍ଠିତ ରନ୍ଧନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ମନ୍ଦୋଦରୀ ବୁଡେକ, ମୁରିବାହଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନରେ ନମିତା ପଧାନ, ସାରସପଡା ପ୍ରାଥମିକ ବିଦ୍ୟାଳୟ ଓ ତୃତୀୟ ସ୍ଥାନରେ ପାଞ୍ଚାଳୀ ସିଂ ବାବୁ, ଚଳକୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଜେତା ହୋଇଥିଲେ । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ସମ୍ମାନୀତ ଅତିଥି ରୂପେ ଏବିଇଓ ତଥା ଵିଆରସିସି କୈଲାଶ ଚନ୍ଦ୍ର ଭୋଇ,ଏବିଇଓ (ଏମଡ଼ିଏମ) କାନ୍ତାରାମ୍ ଧରୁଆ, ଚାନୁଟମାଲ ୟୁପି ସ୍କୁଲ୍ ପ୍ରଧାନଶିକ୍ଷୟତ୍ରୀ ସବିତା ନାଗ, ସଦର ସିଆରସିସି ହୃଷୀକେଶ ଶିକା ଓ ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସ୍ରୋତସ୍ୱିନୀ ମାଝୀ ଯୋଗଦେଇଥିଲେ ।
ଅତିଥିମାନେ ବିଚାରକ ରୂପେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଥିବା ପ୍ରତିଯୋଗୀଙ୍କୁ ୫୦୦, ୩୦୦ ଓ ୨୦୦ ଟଙ୍କା ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ମଧ୍ୟାହ୍ନ ଭୋଜନ ବିଭାଗ ଡିଇଓ ରୂପେଶ କୁମାର ଷାଣ୍ଢଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୁନିୟର କ୍ଲାର୍କ ବିଶ୍ଵନାଥ ମେହେର, ସ୍କୁଲ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢ, ପୁଷ୍ପାଞ୍ଜଳି ବାରିକ ଓ ସଂଯୁକ୍ତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।”
[…] : ଭଗବାନ ମହାନ୍ତି ମୁରିବାହାଲ, (୧୩/୦୧) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ […]