32.9 C
Balāngīr
Monday, April 28, 2025

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁରିବାହାଲ, (୧୦/୦୨) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କର୍ତ୍ତା ରୂପେ ଆୟୋଜକ କମିଟିର ସାଧାରଣ ସମ୍ପାଦକ ତଥା ଗାଁରେଇ ହାଇସ୍କୁଲ ପ୍ରଧାନଶିକ୍ଷକ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ ତଥା ପୂଜକ ରୂପେ କାଶୀନାଥ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ମହିଳା ସଙ୍କୀର୍ତ୍ତନ୍ୟ ଦଳ ସହ ଶୋଭାଯାତ୍ରା ଧନୁଯାତ୍ରା ପଡିଆରେ ପହଞ୍ଚି ବିଧିପୂର୍ବକ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଆଗାମୀ ୧୪ ତାରିଖ ରୁ ଷଷ୍ଠ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଅବସରରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ତଥା ନାଟକ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଜଣାପଡିଛି ।

ଶୁଭସ୍ତମ୍ଭ ସ୍ଥାପନ ବେଳେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ସହ ଆୟୋଜକ କମିଟିର ବରିଷ୍ଠ ସଦସ୍ୟ ନେପାଳ ସାହୁ, ରମେଶ ନାଗ, ସୁଦାମ ସାହୁ, ପଦ୍ମଲୋଚନ ସାହୁ, ସୁଧାଂଶୁ ପୋଢ଼ ଯାଦବ, ଦିବ୍ୟ ସୁନ୍ଦର ସାହୁ, କରନ୍ ଜାଲ, ଉଦିତ କଟା, ଜନକ ଖର୍ସେଲ, ବାବୁଲାଲ କେତକୀ, ଲିକୁନ ସାହୁ, ଶ୍ୟାସୁନ୍ଦର ଝାଙ୍କର, ଯୋଗେନ୍ଦ୍ର ଥାଟି, ବିରଞ୍ଚି ଭୋଇ, ଶିବା ଥାଟି, ରଞ୍ଜନ ବନଛୋର, ଧିରୁ ନାଗ, ଲିପୁନ ମହାକୁର, ଚ୍ୟାରମେନ୍ ଥାଟି, ଦୀପକ ନାଗ, ପିଙ୍କୁ ହାତୀ ଓ ନୀତେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...