ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୭/୦୧) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଖେଳ ପଡିଆ ଠାରେ ବ୍ଳକ ସ୍ତରିୟ ତୈଲିକ ବୈଶ୍ୟ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସମାଜର ନାୟକ ଲିଙ୍ଗରାଜ ସାହୁ ଓ ଚିରନ୍ମୟ ସାହୁ ଇଷ୍ଟଦେବୀ ରାତମେ ଧନମେଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମାଜର ବ୍ଲକ ଯୁଗ୍ମ ସମ୍ପାଦକ ପଦ୍ମନାଭ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଉପସଭାପତି ଗିରିଧାରୀ ସାହୁ ଙ୍କ ସଂଯୋଜନାରେ ଓ ଶ୍ରୀଯୁକ୍ତ ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗଦେଇ ତୈଲିକ ସାହୁ ସମାଜ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଦେବା ପାଇଁ ଘୋଷଣ କରିବା ସହ ସବୁ ସମୟରେ ସାହୁ ସମାଜ ସାଙ୍ଗରେ ଜଡ଼ିତ ଥିବା ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଳକ ସମ୍ପାଦକ ବାସୁଦେବ ସାହୁ , ଉପସଭାପତି ପୁରିତ ସାହୁ, ଟିଟିଲାଗଡ଼ ବ୍ଳକ ସଭାପତି ଅଭୟ ସାହୁ, ନୁଆପଡା ଜିଲ୍ଲା ସଭାପତି ରାମରତନ ସାହୁ, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଗଣେଶ ସାହୁ, ତେଲି ସମାଜ ବିରିପାଲି ମନ୍ଦିର କମିଟି ସଭାପତି କୃତିବାସ ସାହୁ, ଭାଗିରଥି ସାହୁ, ପିଲାବାବୁ ସାହୁ ମଞ୍ଚାସିନ ଥିଲେ । ଲୋଇସିଂହା କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜର ଉନ୍ନତି ତଥା ରୀତି ନୀତି ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ।
ପୂରିତ ସାହୁ,ସଂଚାର ବାୟକ ଭାଗିରଥି ସାହୁ ତାଙ୍କର ସହଯୋଗୀଙ୍କୁ ନେଇ ସମାଜର ପ୍ରଥା ଓ ପରମ୍ପରା ଉପରେ ସଂଚାର ପରିବେଷଣ କରିଥିଲେ । ନାର୍ଣ୍ଣ ସାହୁ,ହିରାଲାଲ ସାହୁ, କୋଷାଧ୍ୟକ୍ଷ ଅଇଁଠୁ ସାହୁ,ଯୁବରାଜ ସାହୁ,ନାରାୟଣ ସାହୁ,କାନ୍ଥ ସାହୁ,ସାନ୍ତରାମ ସାହୁ,ରୋହିତ ସାହୁ, ଚୈତନ୍ୟ ସାହୁଙ୍କ ସହ ବ୍ଲକର ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ସମାଜର ପୁରୁଷ ଓ ମହିଳା ଯୋଗଦେଇ ଥିଲେ । ଶାନ୍ତାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।