32.9 C
Balāngīr
Sunday, July 20, 2025

ମୁରିବାହାଲ ବ୍ଲକ ଯାଦବ ମହାସଂଘ ତରଫରୁ ସାମୁହିକ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ; ୩୦ ୟୁନିଟ ରକ୍ତ ସଂଗ୍ରହ

Must read

ମୁରିବାହାଲ, (୧/୭) : ଆପ୍ର. : ମୁରିବାହାଲ ବ୍ଲକ୍ ଯାଦବ ମହାସଭା ତରଫରୁ ସାମୁହିକ ବୃକ୍ଷ ରୋପଣ ଓ ରକ୍ତ ଦାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 07 02 at 11.23.24 1 ମୁରିବାହାଲ ବ୍ଲକ ଯାଦବ ମହାସଂଘ ତରଫରୁ ସାମୁହିକ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ; ୩୦ ୟୁନିଟ ରକ୍ତ ସଂଗ୍ରହ

ଜିଲ୍ଲା ଯାଦବ ମହାସଭା, ବଲାଙ୍ଗୀର ଆହ୍ବାନ କ୍ରମେ ମୁରିବାହାଳ ବ୍ଲକ୍ ର ସମସ୍ତ ଯାଦବ ବନ୍ଧୁ ମାନଙ୍କ ସହଯୋଗ ରେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପ ଚତୁପାର୍ଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୂରିବାହାଲ କଲ୍ୟାଣ ମଣ୍ଡପ ଠାରେ ଯାଦବ ସମାଜ ତରଫରୁ ସାମୁହିକ ରକ୍ତ ଦାନ ଶିବିର ର ଆୟୋଜନ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି ଭାବେ ମୁରିବାହାଲ୍ ବ୍ଲକ୍ ବିଧାୟକ ପ୍ରତିନିଧି ତଥା ମୁରୀବାହାଲ ଯାଦବ ସମାଜ ର ସଭାପତି ଗଙ୍ଗାଧର ହେର୍ଣ୍ଣା, ମୁରିବାହଲ ବ୍ଲକ୍ ଯାଦବ ସମାଜ ସମ୍ପାଦକ ତରୁଣ ପୋଢ଼, ମୁରିବାହାଲ ବ୍ଲକ୍ ଯାଦବ ସମାଜ ର କୋଷାଧ୍ୟକ୍ଷ ଶ୍ରୀପତି ଷାଣ୍ଢ,ଉପଦେଷ୍ଟା ମଧୁସୂଦନ ନାଗ ଯାଦବ,ତେଜୁରାମ୍ ବାଗ, ପ୍ରଦୀପ ବଚ୍ଛା, ମୀନକେତନ ବଗର୍ତ୍ତୀ, ତହସିଲ ବାଗ, ସରୋଜ ବାଗ , ସୁବାଷ ପୋଢ଼ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବାଗ ଶିବିରରେ ରକ୍ତ ଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।WhatsApp Image 2025 07 02 at 11.23.25 ମୁରିବାହାଲ ବ୍ଲକ ଯାଦବ ମହାସଂଘ ତରଫରୁ ସାମୁହିକ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ; ୩୦ ୟୁନିଟ ରକ୍ତ ସଂଗ୍ରହ

ରକ୍ତଦାନ ଶିବିର ରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟରେ ସୁଧାଂଶୁ ପୋଢ଼ ଯାଦବ, ଦନର୍ଦ୍ଦନ ବଗର୍ତ୍ତୀ, କରଣ ଜାଲ, ଦଇତାରୀ ହାତୀ, ବଜରଙ୍ଗ ଷାଣ୍ଢ, ମନୁ ହଂସ, ଦେବାର୍ଚ୍ଚନ ଥପା, ମାନପତି ଷାଣ୍ଢ,ଅନାର୍ୟ ହଂସ,ରୋହନ ବନ୍ ବନଛୋର, ହିମାଂଶୁ ଜାଲ, କେଡୁ ରତେଇ, ଆକାଶ ମହାକୁର, ଚମ୍ପେଶ୍ୱର୍ ହଂସ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...