ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୨/୧୨) : ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ମୂଳ କୁମାରୀ ଗ୍ରାମର ପି ଶ୍ୟାମ ବାବୁ ଦୋରା, ଓ ପି ଏଙ୍କା ଦୋରା,ଙ୍କ ଦୁଈ ପରିବାର ର ଘରେ ସର୍ଟସ ର୍କୀଟ ରେ ନିଆଁ ଲାଗି ପୋଡି ଗଲା ସବୁକିଛି ।
ସେଥିରେ ବହୁତ କ୍ଷତିଗ୍ରସ୍ତ ହୋଊ ଛନ୍ତି ପି ଶ୍ୟାମ ବାବୁ ଦୋରା ଙ୍କ ପରିବାର କଲେଜ ଦୁଇଝିଅ ଗୋଟିଏ ପୁଅ ଓ ସ୍ୱାମୀ ସ୍ତ୍ରୀ ଙ୍କୁ ନେଇ ହସଖୁସିରେ ଚାଲୁଥିବା ପରିବାର ରେ ଯେପରି ଅକାଳ ଚଡ଼ାକ ପଡିଯାଇଛି । ଘାତ ହୋଇ ଯାଇଛି । ଝିଅ ଶ୍ରୀମତୀ ଦୋରା ର ବାହାଘର ନିମନ୍ତେ ସବୁପ୍ରକାର ବ୍ୟବସ୍ତା ବାପା, ମାଆ କରିଥିଲେ । ଏପରିକି ଟଙ୍କା, ସୁନା, ରୁପା ପେଡି, ଆଲମିରା, ଆସବାବ ସାମଗ୍ରୀ ସହିତ ଲୁଗା, ଶାଢ଼ୀ, ସବୁକିଛି ନିମିଷକ ମଧ୍ୟରେ ପୋଡି ପାଉଁଶ ହୋଇ ଗଲା । ସେହିଁ ନିଆଁ ର ପ୍ରକୋପ ଏତେ ପ୍ରବଳ ଥିଲାଯେ ତା ଭିତରକୁ ପଶି କୌଣସି ସାମାନ ବାହାର କରିବା ସମ୍ଭବ ନଥିଲା ।
ପେଡିପାଇଁ ଥିବା କାଠ ସାମାନ ଗୁଡ଼ିକ ରେ ନିଆଁ ଲାଗି ଟଙ୍କା,) ସୁନା , ରୁପା,ଲୁଗା, ଶାଢ଼ୀ, ଲୁଗା, ପଟା ଇତ୍ୟାଦି ସବୁ କିଛି ପୋଡି ନିମିଷକ ମଧ୍ୟରେ ସବୁ ନଷ୍ଟ ହୋଇଗଲା | ତେବେ ଖବର ଶୁଣି ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା, ଏସିଓ ଉପସ୍ଥିତ ହୋଇ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସମ ବେଦନା ଜଣାଇବା ସହିତ ସରପଞ୍ଚଙ୍କ ସ୍ୱାମୀ ବସନ୍ତ ମହାପାତ୍ର, ଓ ପଞ୍ଚାୟତ ଷ୍ଟାଫ, ତାପସ ବେହେରା, ଉପସ୍ଥିତ ଥିଲେ ।
ଏବଂ ପଞ୍ଚାୟତ ଫଣ୍ଡ ରୁ ଶ୍ୟାମ ବାବୁଙ୍କୁ ୫୦୦୦ ଟଙ୍କା ଓ ପି ଏଙ୍କା ଦୋରା ଙ୍କୁ ୨୫୦୦ ଟଙ୍କା ପ୍ରାଥମିକ ବ୍ୟବସ୍ଥା ପାଇଁ ଦିଆ ଜେସିଥିଲବେଳେ ରେଡ଼କ୍ରସ ରୁ ମଧ୍ୟ ଦିଆଯିବ ଏବଂ ଦୁଈ ପରିବାର ଙ୍କୁ ଦୁଇଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ମନୋଜ ନାୟକ ।