32.9 C
Balāngīr
Tuesday, May 13, 2025

ମୂଷା ପାଇଁ ଲାଗିଥିବା ଅଠାରେ ପଡ଼ିଲା ସାପ, ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ାଗଲା

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଗଞ୍ଜାମ, (୦୯/୦୫) : ଆପ୍ର. : ମୂଷା ପାଇଁ ଲଗାଯାଇଥିବା ଅଠାରେ ଫସି ରହିଛି ଏକ ନାଗ ସାପ । ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମରେ ।

ସୂଚନା ଅନୁସାରେ ଆଲୋକ ରଞ୍ଜନ ପାତ୍ରଙ୍କ ଘରେ ମୂଷା ମାନେ ବହୁତ ଉପଦ୍ରବ କରୁଥିଲେ । ତେବେ ମୂଷାକୁ ଦମନ କରିବା ପାଇଁ ଆଲୋକ ନିଜ ଘରେ ଅଠା ଯନ୍ତା ବା Glue trap ବସେଇ ଥିଲେ । ମୂଷାଙ୍କୁ ଖାଇବା ପାଇଁ ଘରେ ପଶୁଥିବା ଏକ ବଡ ନାଗ ସାପ ଲାଖି ଯାଇଥିଲା । ଅଠାରେ ଲାଗିବା ପରେ ସାପଟି ନିସ୍ତେଜ ହୋଇ ପଡିରହିଥିଲା । ଏତେ ବଡ଼ ନାଗ ସାପକୁ ଦେଖି ଭୟଭୀତ ହୋଇପଡ଼ି ଥିଲେ ଆଲୋକ । ସେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସାପକୁ ଅଠା ଯନ୍ତାରୁ ଭିଡ଼ି ବାହାର କରିଥଲେ । କିନ୍ତୁ ସାପ ମୁହଁ ଠାରୁ ନେଇ ଦେହ ଯାକ ଯେଉଁ ଅଠା ଲାଗି ଯାଇଥିଲା, ତାକୁ ଛଡ଼େଇବା ଏକୁଟିଆ ସମ୍ଭବ ନଥିଲା । ଅଠା ଲାଗିଥିବା ଅବସ୍ଥାରେ ସାପ ଟିକୁ ଏକ କାଗଜ ପେଟି ରେ ଭର୍ତ୍ତି କରି ଘଟଣା ସ୍ଥଳରୁ ନେଇ ଆସିଥିଲେ ।

ରାମଚନ୍ଦ୍ର ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋଟୋ ଏବଂ ଭିଡ଼ିଓ ପଠେଇ ପରାମର୍ଶ ଲୋଡିଥିଲେ । ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ନଡ଼ିଆ ତେଲ ଲଗାଇ ୪ ଫୁଟ ଲମ୍ବର ବିଷଧର ନାଗ ସାପ ଦେହରେ ଲାଗିଥିବା ଅଠା ଛଡ଼େଇ ଥିଲେ । ଏହାପରେ ସାପକୁ ସୁରକ୍ଷିତ ଅବସ୍ଥାରେ ଏକ ଜଙ୍ଗଲରେ ଛଡା ଯାଇଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...