ଭୁବନେଶ୍ବର, (୦୭/୦୫) : ଆପ୍ର. : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ)ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ମେ’ ୧୨ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିିଛି ।
ଦଶମରେ ପ୍ରାୟ ୨୪.୧୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ଦ୍ବାଦଶରେ ୧୭.୮୮ଲକ୍ଷ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ । ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୧୮ପର୍ଯ୍ୟନ୍ତ ଚାଲିଥିଲା । ସେହିଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଦଶମ ଓ ଦ୍ବାଦଶରେ ମୋଟ ୪୨ ଲକ୍ଷ ବିଦ୍ୟାର୍ଥୀଙ୍କ ପାଇଁ ୨୬ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ଅନ୍ୟପଟେ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀ ଡିଜିଲକରରେ ମାର୍କସିଟ୍, ସାର୍ଟିଫକେଟ୍ ଏବଂ ମାଇଗ୍ରେସନ୍ ସାର୍ଟିଫିକେଟ୍ ରଖିପାରିବେ। କୌଣସି ସ୍ଥାନରେ ସାର୍ଟିଫିକେଟ୍ ଆବଶ୍ୟକ ପଡ଼ିଲେ ଛାତ୍ରଛାତ୍ରୀ ସିଧାସଳଖ ଡିଜିଲକରରୁ ତାଙ୍କ ସାର୍ଟିଫିକେଟ୍ ଡାଉନ୍ଲୋଡ କରିପାରିବେ।