ପୁରୁଷୋତ୍ତମପୁର, (୨୮/୦୫) : ଆପ୍ର. : ମୋଡ଼ାବାଇ ଗ୍ରାମରେ ଆସ୍କା ଏମପି ଓ କବିସୂର୍ଯ୍ୟ ନଗର ବିଧାୟକଙ୍କ ଲୋକ ସମ୍ପର୍କ ପଦଯାତ୍ରା।
ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ମୋଡବାଇ ଗ୍ରାମରେ ଆଜି ଆସ୍କା ଏମପି ଅନୀତା ସୁଭଦର୍ଶିନୀ ଓ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଯଂଜ୍ଞ ନାରାୟଣ ଦାଶ, ଯୁବ ନେତା ସୀତାରାମ ପାଣିଗ୍ରାହୀଙ୍କ ସହ ବହୁ ନେତା କର୍ମୀ ଓ ଗ୍ରାମବାସୀ ଏବଂ ମହିଳା ମାନଙ୍କ ଉପସ୍ଥିତିରେ ପ୍ରଥମେ ମୋଡ଼ା ବାଇ ହରିଜନ ସାହି ରୁ ପଦଯାତ୍ରା ଆରମ୍ଭ କରି ଲୋକମାନଙ୍କ ନିର୍ବାଚନ ସମୟରେ ଯେଉଁ ସହଯୋଗ କରି ବିଜୟ କରିଥିଲେ ତାର ଶ୍ରେୟ ଦେବାପାଇଁ ଏମପି ଓ ବିଧାୟକମାନେ ଗ୍ରାମପରିଭ୍ରମଣ ପଦ ଯାତ୍ରା କରିଥିଲେ ।
ଏମାନଙ୍କୁ ଗ୍ରାମ ବାସୀ ମାନେ ବିରାଟ ପଟୁଆର ରେ ଓ ମହିଳା ମାନଙ୍କ ହୁଳହୁଳି ଓ ପୁଷ୍ପରେ ସ୍ୱାଗତ କରିଥିଲେ । ସେହିଗ୍ରାମର ବରିଷ୍ଟ ନେତା ମୁରଲୀ ପାଣି ସ୍ୱାଇଁ ଙ୍କ ସଂଯୋଜନା ରେ ଏବଂ ଗ୍ରାମବାସୀ ଏବଂ ନେତାଙ୍କ ସହଯୋଗ ରେ ନେତାଙ୍କ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଇନ୍ଦ୍ରମଣୀ ସ୍ୱାଇଁ ଓ ସନ୍ତୋଷ ସେଠୀ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ ।
ଏମପି ଓ ବିଧାୟକ ସମସ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସବକା ସାଥ, ସବକା ବିକାଶ ନାରା ଦେଇ ପଦଯାତ୍ରା କରି ଜନ ସାଧାରଣ ଙ୍କ ସମସ୍ତ ଅଭାବ ଓ ଅସୁବିଧା କୁ କିଛି ମାତ୍ରାରେ ଦୂର କରିବା ପାଇଁ ପ୍ରତିଶୃତି ବଧ୍ୟବୋଲି କହିଥିଲେ । ସେଥି ପାଇଁ ଜନସାଧାରଣ ଧର୍ଯ୍ୟ ଧରନ୍ତୁ ବୋଲି ମତ ଦେଉଥିଲେ । ଲୋକମାନଙ୍କ ସମସ୍ୟା ତ ଅନେକ କିନ୍ତୁ ତାହା ଆସ୍ତେ, ଆସ୍ତେ ଦୁରକରି ବାକୁ ମୁଁ ନିଶ୍ଚିତ ଭାବେ ବଦ୍ଧ ପରିକର ଅଟେ ବୋଲି କହିଥିଲେ । ତେବେ ଜନ ସାଧାରଣ ତାଙ୍କୁ ଯେଇଁ ବିଜୟ ର ଟିକା ପିନ୍ଧେଇ ଛନ୍ତି ତାକୁ ସେ କେବେ ବି ଭୁଲି ପାରିବେ ନାହିଁ । ଜନ ସାଧାରଣ ଙ୍କ ସହିତ ସେ ସବୁବେଳେ ରହିଛନ୍ତି ଓ ରହିବେ ବୋଲି ବିଧାୟକ ଓ ଏମପି କହିଛନ୍ତି ।
ଏହାସହ ଅବସ୍ଥିତ ଶୈବ ପୀଠ ଗୁପ୍ତେଶ୍ୱର ଙ୍କୁ ଦୁହେଁ ସିଂହଦ୍ୱାର ରେ ରହି ଠାକୁରଙ୍କୁ ପ୍ରଣିପାତ କରି ଆଶିଷ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେମାନେ ମୋଡ଼ା ବାଇ ଗାଁ ସହିତ ରାଉଳ ପଲି, ଏ ଗୋବିନ୍ଦ ପୁର ଓ କୋଳିଦାସ ପୁର ପଞ୍ଚାୟତରେ ମଧ୍ୟ ପଦଯାତ୍ରା କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ପଣ୍ଡା, ସମିତି ସଭ୍ୟା ଆଭା ପରିଡା, କିଶୋର ପରିଡା, ମନୋଜ ଦାସ,ସତ୍ୟନାରାୟଣ ରାଉଳ, ଟୁଟୁ ସ୍ୱାଇଁ, ଦୀପକ ସ୍ୱାଇଁ, ଙ୍କ ସହ ଗୋଲା ସାହୁ, ପ୍ରମୋଦ ବେହେରା, ପଦ୍ମନାଭ ନାହାକ, କଂଗ୍ରେସ ସ୍ୱାଇଁ, ସିମାଞ୍ଚଳ ପଲେଇ, ବୁଲୁ ପରିଡା, ବିମ୍ବାଧର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।