32.9 C
Balāngīr
Tuesday, May 20, 2025

ମୋବାଇଲ ଓ ଗୁଲି,ଗପ ରେ ମସଗୁଲ ଡାକ୍ତର ଖାନା ଅଧିକାରୀ ଓ କର୍ମଚାରୀ, ନର୍ସ ଙ୍କ ଉନ୍ମତକାଣ୍ଡ, ଦୁର୍ବ୍ୟବହାର ସହ ଜିଦ୍ ରେ ଥିବା ନର୍ସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ବଲାଙ୍ଗୀର/ଟିଟିଲାଗଡ, (୨୦/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଜଣେ କାର୍ଯ୍ୟରତ ମହିଳା ନର୍ସ ଙ୍କୁ ସାଲାଇନ ଖୋଲିବା ନେଇ ଜଣେଇ ଥିଲେ ।

ହେଲେ ମୁଁ ସଲାଇନ ଲଗେଇ ଦେଲି ଖୋଲି ପାରିବିନି ତମେ ଅଲଗା କାହାକୁ କହ କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ମାତ୍ରାଧିକ ଦୁର୍ବ୍ୟବହାର ପ୍ରଦର୍ଶନ ସହ ରୋଗୀ ଙ୍କ ଜୀବନ ସହ ଖେଳିବା ସହ ତାଙ୍କ ପରିଜନ ଙ୍କୁ ଗାଳି,ଗୁଲଜ କରିବା ପ୍ରକାଶ ପାଇଛି । ଉକ୍ତ ଡାକ୍ତରଖାନା ର ଏହି ନର୍ସ ତଥା ଆଉ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ନିଜ କାର୍ଯ୍ୟ ସମୟ ରେ ଇଞ୍ଜେକ୍ସନ , ସାଲାଇନ ଡାକ୍ତର ଙ୍କ ନିର୍ଦ୍ଦେଶ ମୁତାବକ ସଠିକ ସମୟ ରେ ନ ଲଗେଇବା ଓ ନିଜ ମୋବାଇଲ ରେ କ୍ରିକେଟ ଖେଳ ,ସିନେମା ରେ ବ୍ୟସ୍ତ ରହି ଆସୁଛନ୍ତି ଯଦ୍ୱାରା ରୋଗୀ ଙ୍କ ଅବସ୍ଥା ଭଗବାନ ଙ୍କ ଭରସାରେ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି ଟିଟିଲାଗଡ ସହର ର ଜଣେ ଆଶା କର୍ମୀ ବିଗତ ଦିନରେ ଶିଶୁ ବିକ୍ରି ଭଳି ଗୁରୁତର ଘଟଣା ରେ ସାମିଲ ଥିବା ଅଭିଯୋଗ ରହିଛି । ଏପରି କି ଏହି ଆଶା ଓ ଅନ୍ୟ କେତେକ ଆଶା ଖୋଲା, ଖୋଲି ଭାବରେ ଟଙ୍କା ଆଦାୟ କରିବା ସାଧାରଣ ଘଟଣା ପାଲଟିଛି ।

କିଛି ଅଧିକାରୀ ଓ କର୍ମଚାରୀ ଗାଳି, ଗୁଲଜ ସହ ଧମକ, ଚମକ ଦେବା ଭଳି ଗୁରୁତର ଅଭିଯୋଗ ବାରମ୍ବାର ହୋଇ ଆସୁଛି । ବିଗତ ଦିନରେ ଏହି ଟଙ୍କା କାରବାର ବନ୍ଦ କରିବା ନେଇ ଅଧିକାରୀ ତାଗିଦ୍ କରି ଥିବା ବେଳେ ଆଶା କର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏହି ଟଙ୍କା କାରବାର ସହ ଆଖ, ପାଖ ଅଞ୍ଚଳ ର ସରଳ, ଗରିବ ଲୋକ ଙ୍କୁ ଏହି କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଏହି ସାଲାଇନ, ଇଞ୍ଜେକ୍ସନ ଦେବାକୁ ନେଇ ଦୁର୍ବ୍ୟବହାର କରି ଆସୁଥିବା ବୃଦ୍ଧି ପାଉଛି ।

ସେହିଭଳି ଗତ ୧୮ ତାରିଖ ରେ ଟିଟିଲାଗଡ ସହର ର ୧୧ ନମ୍ବର ୱାର୍ଡ ନିବାସୀ ଜଣେ ରୋଗୀ ଙ୍କ ସାଲାଇନ ଖୋଲିବା କୁ କାର୍ଯ୍ୟରତ ନର୍ସ କ୍ରୀଷ୍ଣା କୁମାରୀ ମହାପାତ୍ର ଙ୍କୁ ଜଣେଇବା ରୁ ନିଜ ଜିଦ୍ ରେ ଅଟଳ ରହି ମୋ କାମ ନୁହଁ କହି ଦୁର୍ବ୍ୟବହାର ପ୍ରଦର୍ଶନ କରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସବିଶେଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...