32.9 C
Balāngīr
Wednesday, April 23, 2025

ମୋ ବସ୍ ରେ ଲାଗିଲା ନିଆଁ,ସେନ୍ସର ଗେଟ୍ ଖୋଲିଲାନି ଝରକା ବାଟେ ବାହାରିଗଲେ ଯାତ୍ରୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୨) : ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ମୋ ବସ୍ ରେ ଶନିବାର ଅପରାହ୍ନରେ ଅଚାନକ ନିଆଁ ଲାଗିଥିଲା। ମୋ ବସ୍ ର ଗେଟ ଲକ୍ ପଡିଯିବାରୁ ଖୋଲି ନ ଥିଲା ।WhatsApp Image 2025 02 23 at 11.00.58 ମୋ ବସ୍ ରେ ଲାଗିଲା ନିଆଁ,ସେନ୍ସର ଗେଟ୍ ଖୋଲିଲାନି ଝରକା ବାଟେ ବାହାରିଗଲେ ଯାତ୍ରୀ

ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଈ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ସୁରକ୍ଷିତ ବାହାରି ଆସିଥିଲେ । ଫଳରେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧିରୁ ବଡ ଅଘଟଣାରୁ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି । ସୂଚନା ମୁତାବକ, ମୋ ବସ୍ (ନଂ ଓଡି-୩୩ ୟୁ ୬୫୨୪)ଟି ଚୌଦ୍ୱାର ଥାନା ଅଧୀନ ଆଗ୍ରାହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଉର୍ଦ୍ଧ ଯାତ୍ରୀଙ୍କୁ ଉଠାଇ କଟକ ଅଭିମୁଖେ ଯାଉଥିଲା। ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ ଗାଡିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।

ଯାତ୍ରୀ ଚିତ୍କାର କରିବାରୁ ଡ଼୍ରାଇଭର ଗାଡ଼ିକୁ ପାର୍ଶ୍ଵରେ ଅଟକାଇ ଥିଲା। ସେତେବେଳକୁ ମୋ ବସରେ ପ୍ରଚଣ୍ଡ ଧୂଆଁ ବାହାରି ଥିଲା। ଯାତ୍ରୀ ମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ବାଟେ ବାହାରିବା ପୁର୍ବରୁ ଗେଟଟି ସେନ୍ସର ଲକ୍ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରି ଯାଇଥିଲେ। ଅପରପକ୍ଷେ ମୋ ବସ୍ ଗୁଡିକୁ ଦୀର୍ଘଦିନ ମାରମତି ହେଉନି କେବଳ ରାସ୍ତାରେ ଚାଲୁଛି ସେଥିପାଇଁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ମୋ ବସ ଡ୍ରାଇଭର କହିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...