32.9 C
Balāngīr
Saturday, July 12, 2025

ଯକ୍ଷ୍ମା ରୋଗୀଙ୍କୁ ମିଳିନି ୩ମାସରୁ ଉର୍ଦ୍ଧ୍ବ ହେବ ଔଷଧ; ବିକାଶ ମଞ୍ଚ ପକ୍ଷରୁ ମେଡ଼ିକାଲ ଇନଚାର୍ଜଙ୍କୁ ସାକ୍ଷାତ ଓ ଆଲୋଚନା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୬) : ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ୩ମାସରୁ ଉର୍ଦ୍ଧ୍ବ ହେବ ନିୟମିତ ରୂପେ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି ।

ଏହି ସମସ୍ୟା ସହ ଆହୁରି ଅନ୍ୟାନ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ସୋମବାର ମୁରିବାହାଲ ବ୍ଲକ ବିକାଶ ମଞ୍ଚର କର୍ମକର୍ତାମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଇନଚାର୍ଜ ଡ଼. ଥବିର ମେହେରଙ୍କୁ ଭେଟି ଆଲୋଚନା କରିଥିଲେ । ବିକାଶ ମଞ୍ଚର ଅଭିଯୋଗ ମୁତାବକ ଦୀର୍ଘ ୩ମାସରୁ ଉର୍ଦ୍ଧ୍ବ ହେବ ଜିଲ୍ଲା ସହ ବ୍ଲକ ଅଞ୍ଚଳର ଯକ୍ଷ୍ମାରୋଗୀମାନଙ୍କୁ ନିୟମିତ ରୂପେ ଔଷଧ ମିଳୁ ନ ଥିବାରୁ ସେମାନେ ଘୋର ହଇରାଣ ହେଉଛନ୍ତି । ଏହି ଔଷଧ କେବଳ ହସପିଟାଲ ଗୁଡିକରେ ଯୋଗାଣ ହେଉଥିବା ଯୋଗୁଁ ରୋଗୀମାନେ ବାହାରୁ ମଧ୍ୟ କିଣି ପାରୁନାହାଁନ୍ତି।ଫଳରେ ଯକ୍ଷ୍ମାରୋଗୀମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।

ଏଣୁ ତୁରନ୍ତ ଏହି ଜୀବନ ରକ୍ଷାକାରୀ ଔଷଧ ଯୋଗାଣ ପାଇଁ ମଞ୍ଚ ଦୃଢ଼ ଦାବୀ କରି ମେଡ଼ିକାଲ ଇନଚାର୍ଜଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଫୋନ ଯୋଗେ ଜଣାଇଥିଲେ ।ମେଡ଼ିକାଲ ଇନଚାର୍ଜ ଡ଼. ମେହେର ଦୀର୍ଘ ଦିନରୁ ବନ୍ଦ ଥିବା ଯକ୍ଷ୍ମାରୋଗୀଙ୍କ ପାଇଁ କିଛି ଔଷଧ ଆଜି ପହଞ୍ଚିଛି ଏହାକୁ ତୁରନ୍ତ ବଣ୍ଟନର ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ବନ୍ଦ ଥିବା ଯକ୍ଷ୍ମାରୋଗୀଙ୍କ ଔଷଧ ଯୋଗାଣ କିଛିଦିନ ମଧ୍ୟରେ ନିୟମିତ ରୂପେ ସୁନିଶ୍ଚିତ କରିବାକୁ ମଞ୍ଚ କର୍ମକର୍ତାଙ୍କୁ ପ୍ରତିଶୃତି ଦେଇଥିଲେ ।

ସେହିପରି ମଞ୍ଚ ପକ୍ଷରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସକାଳ ବେଳା ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ଡାକ୍ତରଙ୍କୁ ଡ୍ୟୁଟିଦେବା,ପ୍ରସୂତି ଓ ସ୍ତ୍ରୀ ରୋଗ ତଥା ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ତଥା ରୋଗୀସେବା ନେଇ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାପଡିଛି । ମୁରିବାହାଲ ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ଓ ସମ୍ପାଦକ ଥବିର ସାଙ୍କ ନେତୃତ୍ବରେ ମଞ୍ଚ କର୍ମକର୍ତ୍ତା ସିଏଚସି ଇନଚାର୍ଜଙ୍କ ସହ ଏହି ଆଲୋଚନା କରିଥିବା ଜଣାପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...