32.9 C
Balāngīr
Thursday, July 10, 2025

ଯମୁନା ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୦୧) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡଙ୍ଗରବୁଢ଼ା ପାହାଡ଼ରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ପ୍ରସିଦ୍ଧ ମକର ମେଳାର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ପବିତ୍ର ପୌଷ ପୂର୍ଣ୍ଣିମାରେ କଳସ ଶୋଭାଯାତ୍ରା ଓ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 01 13 at 20.42.02 ଯମୁନା ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ଗ୍ରାମର ମହାଦେବ ମନ୍ଦିର ବନ୍ଧରୁ ୨୫୧ଜଣ ଶ୍ରଦ୍ଧାଳୁ ମହିଳା ଭଜନ ସଂକୀର୍ତ୍ତନ୍ୟ ସହ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି ବ୍ଲକସ୍ତରୀୟ ମକର ମେଳା ମହୋତ୍ସବରେ କର୍ତ୍ତା ରୂପେ ଗାଁ ଗୌନ୍ତ୍ୟା ନେତ୍ରାନନ୍ଦ ମହାକୁର ଓ ତାଙ୍କ ପତ୍ନୀ ଝୁନୁରାଣୀ ମହାକୁର,ପୂଜକ ରୂପେ ଦୁର୍ଯୋଧନ ପାଣିଗ୍ରାହୀ ଓ ଜପକ ରୂପେ ଦାଶରଥି ଷଡ଼ଙ୍ଗୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି ।

ଆୟୋଜକ ବ୍ଲକସ୍ତରୀୟ ମକର ମେଳା କମିଟି ପକ୍ଷରୁ ସଭାପତି ନିତ୍ୟାନନ୍ଦ ମହାକୁର,ଉପସଭାପତି ରମେଶ ଭୋଇ,ସମ୍ପାଦକ ସୁଶାନ୍ତ ପଧାନ, ସହସମ୍ପାଦକ ସଚିଦାନନ୍ଦ ମହାକୁର, କୋଷାଧ୍ୟକ୍ଷ ବ୍ୟାସଦେବ ପଧାନ, ସହକୋଷାଧ୍ୟକ୍ଷ ଅକୃର ମେର୍ଲିଙ୍କ ସହ ଉପଦେଷ୍ଟା ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା, ନଟବର ମେର୍ଲି, ଉଦ୍ରାଧର ମହାକୁର, ମଧୁସୂଦନ କର୍ମୀ, ରାଏଧର ଶିକା,ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ଦୁର୍ଗାନନ୍ଦ ମହାକୁର, ଗାନ୍ଧିଲାଲ ମହାକୁର, ଯୁଧିଷ୍ଠିର ପଧାନ,ଛନ୍ଦାଚରଣ ପାତ୍ର,ନବୀନ ସାହୁଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...