ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୬/୦୩) : ଯାଜପୁରରେ ହାତୀ ଆତଙ୍କ । ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ ହେଲାଣି ।
ଦୁଇ ଦିନ ହେବ ହାତୀଟି ଭଦ୍ରକର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଆଜି ସକାଳୁ ଯାଜପୁର ସହର ଉପକଣ୍ଠ ଅଂଚଳ ଅତିକ୍ରମ କରି ଧର୍ମଶାଳାରେ ପହଁଚିଛି । ଧର୍ମଶାଳା ଅଂଚଳର ୧୬ ନଂ ଜାତୀୟ ରାଜପଥ ଉପରେ ଜଙ୍ଗଲୀ ହାତୀର ଉତ୍ପାତ ଦେଖିବାକୁ ମିଳିଛି । ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ହାତୀ ଦେଖିବାକୁ ଭିଡ଼ ଜମାଇଥିଲେ ।
ହାତୀ ବୈତରଣୀ ନଦୀବନ୍ଧରେ ବହୁ ସମୟ ଚାଲି କେନାଲ ଅତିକ୍ରମ କରିଥିଲା । ଏହାପରେ ଚଇନିପୁର ଭିତରକୁ ଯାଇଥିଲା । ଏବେ ହାତୀଟି ରସୁଲପୁର ଥାନା ଘୋଳପୁର ନିକଟରେ ଡେରା ପକାଇଛି। କିପରି ହାତୀକୁ କାବୁ କରାଯିବ ସେଥିପାଇଁ ବନ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି।