ସୁନ୍ଦରଗଡ଼, (୧୫/୦୪) : ଆପ୍ର. : ଯାତ୍ରା ଦେଖି ଫେରିବାବେଳେ ଚାଲିଗଲା ୩ ଜୀବନ । ସୁନ୍ଦରଗଡ଼ ବଡଗାଁ ଥାନା ମରିଚିମୁଣ୍ଡା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଗତକାଲି ବିଳମ୍ବିତ ରାତିରେ ରାମନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ୩ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ମୃତକମାନେ ବିରତୁଲା ଗାଁର ସୁନ୍ଦର ସା, ଦିଲୀପ କୁମାର ନାଏକ ଓ ଚନ୍ଦନ ଲୋହାର । ରାତି ପ୍ରାୟ ୨ଟା ବେଳକୁ ବାଇକରେ ବଡ଼ଗାଁରୁ ବିର ତୁଲାକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ପିଟି ଚାଲିଯାଇତିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।