ସୁବର୍ଣ୍ଣପୁର, (୧୯/୦୪) : ଆପ୍ର. : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ପୁଲିସ ଉଠାଇ ଆଣିବାରୁ ବୀରମହାରାଜପୁର ଥାନାରେ ଗତକାଲି ଉତ୍ତେଜନା ଦେଖା ଦେଇଥିଲା ।
ଯୁବକକୁ ମାଡ଼ମାରିବା ଭିଡିଓ ଭାଇରାଲ ଘଟଣାରେ ଦୁଇ ବିଜେଡି ନେତାଙ୍କ ସମେତ ୭ ଗିରଫ l ସୂଚନା ଅନୁସାରେ ଏହି ଥାନା ଅଧୀନସ୍ଥ ବିଶିପଡ଼ାରେ ରାମପୁର ଥାନା ଆନନ୍ଦପୁର (କୁଇବହାଳ) ଗ୍ରାମର ନୀତିଶ କୁମାର ଷ।ଣ୍ଢ କୁ କିଛି ବିଜେଡିର କର୍ମକର୍ତ୍ତା ମାନେ ମାଡ଼ ମାରୁଥିବା ଭିଡିଓ ଭାଇରାଳ ହୋଇଥିଲା l ତେବେ ଏନେଇ ନୀତିଶ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ l ତେବେ ଅଭିଯୋଗ ପତ୍ରରେ ବିଜେଡି ନେତା ଅଶୋକ ନନ୍ଦ,ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ୧୦ରୁ ୧୫ ଜଣ ବ୍ୟକ୍ତି ନୀତିଶ କୁ ମାଡ଼ ମାରିଥିବା ଉଲ୍ଲେଖ ରହିଛି l ଏହି ଘଟଣାକୁ ନେଇ ଗତକାଲି ସନ୍ଧ୍ୟାରେ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ପୁଲିସ ଉଠାଇ ଆଣିଥିଲା l ଖବର ପାଇ ଉପାଧ୍ୟକ୍ଷ ଙ୍କ ସମର୍ଥକ ମାନେ ଥାନାରେ ପହଞ୍ଚିଥିଲେ l
ସେଠାରେ ଉତ୍ତେଜନା ଦେଖାଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତେବେ ଉପାଧ୍ୟକ୍ଷ ଶ୍ରୀ ଲୁହାଙ୍କ ଭାଇକୁ ମଧ୍ୟ ନୀତିଶ ଏବଂ ସାନନ୍ଦ ମେହେର ବନ୍ଧୁକ ଦେଖାଇ ମାଡ଼ ମାରି ସୁନା ଚେନ ଏବଂ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିନାହିଁ l ଏଣୁ ବ୍ଲକ ଉପାଧ୍ୟକ୍ଷଙ୍କ ସମର୍ଥକ ମାନେ ସାନନ୍ଦ ମେହେରଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ l ଅପରପକ୍ଷରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଶୋକ ନନ୍ଦଙ୍କ ସମେତ ପୁଲିସ ୭ ଜଣକୁ ଗିରଫ କରିଛି । ଏହା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା । ଏହି କେସରେ ସମୁଦାୟ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି । ସେମାନଙ୍କୁ କୋଟ ଚାଲାଣ କରାଯାଇଥିଲା । ମାନ୍ୟବର କୋଟ ଜାମିନ ମଞ୍ଜୁର କରିଥିବା ଜଣାପଡ଼ିଛି ।