ସମ୍ବଲପୁର, (୨୭/୦୪) : ଆପ୍ର. : ଯୁବକଙ୍କୁ ଆକ୍ରମଣ ସହ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ଟାଉନଥାନା ଫାର୍ମରୋଡ୍ ଚେରୁଆପଡ଼ା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ସମ୍ବଲପୁର ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବକଙ୍କୁ କ’ଣ ପାଇଁ ହତ୍ୟା କରାଯାଇଛି ତାହାର କାରଣ ଜଣାପଡ଼ିନାହିଁ । ପୁଲିସ ଘଟଣାର ଛାନଭିନ୍ ସହ ତଦନ୍ତ ଆରମ୍ଭ କରିଛି ।