ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୨/୦୮) : ଯୁବକଙ୍କ ହାତକୁ ଦୁର୍ବୃତ୍ତମାନେ ଦା’ରେ ହାଣି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ପୋତାପୋଖରୀ ଅଞ୍ଚଳରେ ଏହି ଘଟଣା ଘଟିଛି ।
ଆହତ ଯୁବକ ଜଣଙ୍କ ହେଲେ ସୋମନାଥ ପୃଷ୍ଟି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଦୁର୍ବୃତ୍ତମାନେ ସୋମନାଥଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ମରାଣନ୍ତକ ଆକ୍ରମଣ କଲେ ତାହା ଜଣାପଡ଼ିନାହିଁ । ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ । ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି ।