କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି ଏପରି ଅଘଟଣ ।
ଅନ୍ୟ ଦୁଇଜଣଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାଇ, ମହାନଦୀରେ ଦୁଇ ଯୁବକ ବୁଡି ଯାଉଥିବା ବେଳେ ଉଦ୍ଧାର କରିବାକୁ ଯାଇଥିଲେ ଦୁଇଜଣ । ପ୍ରଥମେ ବୁଡି ଯାଉଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଗୁରୁତର ଭାବେ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଉଦ୍ଧାର କରୁଥିବା ଦୁଇଜଣ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି ପରେ ଜଣେ ଉଦ୍ଧାର ହୋଇଛନ୍ତି । ସେ ମଧ୍ୟ ଗୁରୁତର ଭାବେ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏବେ ବି ଅନ୍ୟ ଜଣେ ମହାନଦୀରେ ନିଖୋଜ ଅଛନ୍ତି । ଖୋଜିବା ଜାରି ରହିଛି ।