32.9 C
Balāngīr
Thursday, June 12, 2025

ଯୌତୁକ ଜନିତ ହତ୍ୟା : ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କଲେ ବାପଘର ଲୋକେ

Must read

ଆନନ୍ଦପୁର, (୦୬/୦୬) : ଆପ୍ର. : ଡାକ୍ତରଖାନାରେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚାଲିଗଲା ବିବାହିତା ମହିଳାଙ୍କ ଜୀବନ ।

ଯୌତୁକ ଜନିତ କାରଣରୁ ଝିଅକୁ ବିଷଦେଇ ମାରିଦେଇଥିବା ଅଭିଯୋଗ କରି ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ବାପଘର ଲୋକେ । ସେପଟେ ସ୍ୱାମୀ କିମ୍ବା ଶାଶୁ ଘର ଲୋକେ ଏବେ ଧରାଛୁଆଁ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଝାଡୁକୁଣ୍ଡି ଗାଁରେ । ଗତ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ମାଳତିରା ଗାଁର ରବିନ୍ଦ୍ର ପଣ୍ଡାଙ୍କ ଝିଅ ରଶ୍ମିତା ସହ ଝାଡୁକୁଣ୍ଡି ଗାଁର ମଙ୍ଗୁଳୀ ପଣ୍ଡାଙ୍କ ପୁଅ ଶିବାନନ୍ଦଙ୍କ ସହ ବିବାହ ହୋଇଥିଲା । ପ୍ରଥମେ ପ୍ରଥମେ ସବୁ ଠିକ୍ ଚାଲିଥିବାବେଳେ କିଛି ମାସହେବ ଅଧିକ ଯୌତୁକ ଦାବି କରିଥିଲେ ସ୍ୱାମୀ ଓ ଶାଶୁଘର ଲୋକେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା ।

ତେବେ ଗତ ୩ ତାରିଖରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ଠାରେ ଭର୍ତ୍ତି କରାଯାଇଥଲା । ବାପ ଘରକୁ ଖବର ଦେବା ପରେ ବାପଘର ଲୋକେ ମେଡିକାଲରେ ପହଞ୍ଚିବା ପରେ ଶାଶୁ ସେଠାରୁ ଛୁ ମାରିଥିଲେ । ଦୁଇ ଦିନ ଚିକିତ୍ସାପରେ ରଶ୍ମିତାର ମୃତ୍ୟୁ ଘଟିଛି । ଯୌତୁକ ପାଇଁ ବିଷ ଦେଇ ଶାଶୁଘର ଲକେ ମାରିଦେଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...