32.9 C
Balāngīr
Tuesday, July 15, 2025

ଯୌତୁକ ଜୁଇରେ ବଳି ପଡ଼ିଲେ ମନୋରମା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପିପିଲି, (୨୮/୦୨) : ଯୌତୁକ ଜୁଇରେ ବଳି ପଡ଼ିଲା ଆଉ ଜଣେ । ବାହାଘରର ୧୬ ବର୍ଷ ପରେ ମୃତ୍ୟୁ । ଗତକାଲି ଜାଗର ଥିଲା ସମସ୍ତେ ଶିବଙ୍କୁ ଆରଧାନା କରିବାକୁ ମନ୍ଦିର ଚାଲିଯାଇଥିଲେ ।

କିନ୍ତୁ ଘରକୁ ଫେରି ଯେତେବେଳେ ବୋହୂ ନାହିଁ । ବହୁ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଲୋକେ ସକାଳୁ ସକାଳୁ ମନୋରମାକୁ ଏପରି ଅବସ୍ଥାରେ ଦେଖିବାକୁ ପାଇଥିଲେ । ଗଛରେ ଶିଡ଼ି ଲାଗିଥିବା ବେଳେ ମନୋରମା ସେହିଠାରେ ହିଁ ଥିଲେ । ମନୋରମାଙ୍କ ମରଶରୀର ବାଡ଼ି ପଛପଟେ ଥିବା ଓଉ ଗଛରୁ ଉଦ୍ଧାର ହୋଇଛି । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । ମନୋରମାଙ୍କ ପରିବାର ଲୋକେ ପହଞ୍ଚିବା ପରେ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ମନୋରମାଙ୍କ ପରିବାର ଲୋକେ ସତ୍ୟବାଦୀ ଥାନାରେ ଝିଅକୁ ମାରି ଦିଆଯାଇଥିବା ନେଇ ବାପା ତ୍ରିଲୋଚନ ମୁଦୁଲି ଏତଲା ଦେଇଛନ୍ତି । ଏତଲାରେ ଦର୍ଶାଇଛନ୍ତି ଯେ ବାଟିଗୋରଡ଼ାର ପ୍ରମୋଦ କୁମାର ପରିଡ଼ାଙ୍କ ସହ ମନୋରମାଙ୍କର ବାହାଘର ହୋଇଥିଲା । ତେବେ ଶାଶୁଘର ଲୋକଙ୍କ ଦାବି ମୁତାବକ ବାହାଘର ବେଳେ ଆବଶ୍ୟକ ଯୌତୁକ ଦିଆଯାଇଥିଲା । ହେଲେ ଏସବୁ ପରେ ବି ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦିଆ ଯାଉଥିଲା । ବାରମ୍ବାର ମନୋରମାଙ୍କ ପରିବାରରେ କଳି ଝଗଡ଼ା ହେଉଥିଲା । ପରେ ମନୋରମାଙ୍କୁ ବୁଝା ସୁଝା କରୁଥିଲେ ଝଗଡ଼ାର ସମାଧାନ ହେଇଯାଉଥିଲା । କିନ୍ତୁ ଏଥର ଆଉ ସମାଧାନ ହେଲାନି ସବୁଦିନ ପାଇଁ ଆଖି ବୁଜିଦେଲେ ମନୋରମା ।

ତେବେ ଏ ନେଇ ମନୋରମାଙ୍କ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳି ନାହିଁ । ପୋଲିସ୍ ମଧ୍ୟ କିଛି କହୁ ନାହିଁ । ତେଣୁ ପୋଲିସ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି ପାରେ ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି । କାରଣ ସ୍ବାମୀ ପ୍ରମୋଦ ଫେରାର ଥିବା କୁହାଯାଉଛି । ତେବେ ସଠିକ୍ ତଦନ୍ତ ପରେ ମନୋରମାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

- Advertisement -spot_img

More articles

- Advertisement -spot_img

Latest article

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...