ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୫/୦୨) : ପ୍ରଥମେ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିବା ଓ ପରେ ଘରୁ ତଡ଼ି ଦେଇ କନ୍ଧ ସମାଜ ର ଏକ ବୈଠକ କରି ତାଙ୍କୁ ଚରିତ୍ରହିନ ଦର୍ଶାଇ ସାମାଜିକ ବାସନ୍ଦ କରିଦିଆ ଯାଇଥିବା ଜଣେ ଅସହାୟ ମହିଳା ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଅଧିନସ୍ଥ ଗୋଖରୁନ ଗ୍ରାମ ର ଗମନି ମାଝୀ ନାମ୍ନୀ ଜଣେ ମହିଳାଙ୍କ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ପଲମ୍ ଗ୍ରାମ ର ଦୂତୀଆ ମାଝୀ ଙ୍କ ସହ ବୈଦିକ ରୀତିରେ ବିବାହ ହୋଇ ଥିଲା । ବିବାହ ପରେ ତାଙ୍କ ର ଦୁଇଟି ପୁଅ ଜନ୍ମ ହୋଇ ଥିଲେ । ଗୋଟିଏ ଆଠ ବର୍ଷ ର ପୁଅ ଓ ଚାରି ବର୍ଷ ର ଛୋଟ ପୁଅ ଥିବା ବେଳେ ବଡ ପୁଅ କୁ ତାର ଅନିଚ୍ଛା ସତ୍ତ୍ବେ ରଖି ଦେଇ ସାନ ପୁଅ ସହ ଗ୍ରାମରୁ ସାମାଜିକ ବାସନ୍ଦ କରି ଦିଆ ଯାଇଛି । ସେ ଏ ନେଇ କନ୍ଧ ସମାଜ ର ବୈଠକ କରି ତାଙ୍କୁ ଚରିତ୍ରହୀନ ବୋଲି ସାମାଜିକ ବାସନ୍ଦ କରାଯାଇଥିଲା ।
ସେ ନିଜ ଶାଶୁ ଘରୁ ତଡା ଖାଇ ତାଙ୍କ ନିଜ ଗ୍ରାମ କୁ ଆସିଥିବା ବେଳେ ସ୍ଵାମୀ ପରିତ୍ୟକ୍ତା ମହିଳା କହି ତାଙ୍କୁ ଆଶ୍ରୟ ନ ଦେବା କହି ଘରୁ ବାହାର କରି ଦେଇଥିଲେ । ଏ ନେଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ବେଳେ କିଛି ସୁଫଳ ନ ମିଳିଥିବା ବେଳେ ନିଜ ହକ ପାଇଁ ଏକ ଜାତି ପ୍ରମାଣ ପତ୍ର,ଓ ନିଜ ଘର ର ସରକାରୀ କାଗଜ, ପତ୍ର ପାଇଁ ପ୍ରାୟ ତିନି ମାସ ଧରି ଟିଟିଲାଗଡ ତହସିଲ ରେ ଆବେଦନ ସହ ଘର ଜାଗାର ସବିଶେଷ ତଥ୍ୟ ଆବେଦନ କରି କର୍ମଚାରୀ,ଅଧିକାରୀ ଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେଇ ସୁଦ୍ଧା ତାଙ୍କୁ କିଛି ସୁଫଳ ନ ମିଳିବା ନେଇ ଅସହାୟ ହୋଇ ନିରାଶ ହୋଇ ପଡିଥିବା ପ୍ରକାଶ କରିଛନ୍ତି ।
ଏବେ ସେ ନିଜ ଛୋଟ ପୁଅ ସହ ଟିଟିଲାଗଡ ତହସିଲ ଧାଇଁ,ଧାଇଁ ନିରାଶ ହୋଇ ଥିବା ବେଳେ ଏଠି,ସେଠି ବାର ଦୁଆର ବୁଲି ଚାଲିଥିବା ଦେଖିବାକୁ ମିଳିଛି । ତେବେ ଟଙ୍କା କାରବାର ଏହି ତହସିଲ ରେ ମାତ୍ରାଧିକ ଭାବେ ବୃଦ୍ଧି ପାଇବା ସହ କର୍ମଚାରୀ ମନଇଚ୍ଛା ନା ନା ଆଳରେ ହଇରାଣ ,ହରକତ କରି ଆସୁଥିବା ଦେଖିବାକୁ ମିଳୁଛି । ନିର୍ଯାତିତା ଏହି ସାମାଜିକ ବାସନ୍ଦ ନିରାଶ୍ରୟ ମହିଳା ତହସିଲ ରୁ କାଗଜ ପତ୍ର ତଥା ଜାତି ପ୍ରମାଣ ପତ୍ର ଆବେଦନ କରି ନିରାଶ ଥିବା ବେଳେ ଏବେ ସେ କରିବେ କଣ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇଛି ।