32.9 C
Balāngīr
Friday, June 13, 2025

ରକ୍ତରେ ଭିଜିଲା ରାକ୍ଷୀ: ଛୁରୀ ଭୁଷି ଭଉଣୀକୁ ମାରିଦେଲା ଭାଇ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୦/୦୮) : ରାକ୍ଷୀ ପୂର୍ଣ୍ଣିମାରେ ରକ୍ତରେ ଭିଜିଲା ରାକ୍ଷୀ। ଆଉ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ଭାଇ । ଯେଉଁ ଭାଇର ଦୀର୍ଘାୟୂ କାମନା କରି ତା’ ହାତରେ ବାନ୍ଧିଥିଲା ରାକ୍ଷୀ, ଆଜି ସିଏ ପାଲଟିଲା ନର ରାକ୍ଷସ ।

ଚିର ଦିନ ପାଇଁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଦିନ ଦି’ପହରରେ ସାନ ଭାଉଣୀକୁ ଅତି ବୀଭତ୍ସ ଭାବେ ଛୁରୀରେ ଭୁଷି ହତ୍ୟା କରିଛି । ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ଘଟିଛି । ୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଆସିଥିଲେ । କାରଣ ତାଙ୍କ ଘରେ ଚାଲିଥିଲା ଶ୍ରାଦ୍ଧ ପୂଜା। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ। ହଠାତ୍‌ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ ।

ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ। ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ହେଲେ ନଥିଲେ ଆଶୁତୋଷ। ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଛନ୍ତି । ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି ।

ଡାକ୍ତରଙ୍କ ପରାମର୍ଶରେ ଆୟୁଷ୍ମାନଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବଡ଼ବଜାର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ କେଉଁ କାରଣରୁ ଛୁରା ମାଡ଼ ହେଲା, ତାହା ଉପରେ ପୁଲିସ୍ ତଦନ୍ତ ଚଳାଇଛି। ସେପଟେ ଛୁରା ମାଡ଼ କରି ଆଶୁତୋଷ ମାରିବାକୁ ଚେଷ୍ଟା କରୁଥିଲା। ହେଲେ ହିଞ୍ଜିଳିକାଟୁ ପୋଚିଲିମା ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ଆଶୁତୋଷ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ତାକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...