32.9 C
Balāngīr
Wednesday, April 23, 2025

ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକା ଉପରେ ମାଡ଼ି ଯାଇଛି ମୋ ବସ୍

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୨) : ମୋ ବସର ବେପରୁଆ ଗାଡ଼ି ଚାଳନା ଲୋକଙ୍କ ପାଇଁ ହେଉଛି କାଳ । ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକା ଉପରେ ମାଡ଼ି ଯାଇଛି ମୋ ବସ୍ । ଫଳରେ ନାବାଳିକାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ମୃତ ନାବାଳିକା ହେଲେ ମୁନୀ ଜୁଆଡ଼ି । ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ନନ୍ଦନକାନନ-ପଟିଆ ରାସ୍ତା ଅବରୋଧ କରିଛନ୍ତି ।ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ୧୨ ବର୍ଷର ନାବାଳିକା ମୁନୀ ବିସ୍କୁଟ ଆଣିବାକୁ ଘରୁ ସାଇକେଲ ନେଇ ବାହାରି ଯାଇଥିଲା । କିନ୍ତୁ ଆଉ ଘରକୁ ଫେରି ନ ଥିଲା । ରାସ୍ତା ଅତିକ୍ରମ କରୁଥିବାବେଳେ ମୋ ବସ୍ ନାବାଳିକାଟିକୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ କୁନି ଝିଅଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିବା ସହିତ ୩ଟି ମୋ ବସକୁ ଅଟକ ରଖିଛନ୍ତି । ଫଳରେ ପଟିଆରୁ ନନ୍ଦନକାନନ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରାୟ ୩ କିଲୋମିଟର୍ ପର୍ଯ୍ୟନ୍ତ ଯାନବାହାନ ଅଟକି ରହିଛି । କେବଳ ଜରୁରୀକାଳିନ ସେବା ସହ ଛାତ୍ରଛାତ୍ରୀଙ୍କୁ ଛଡ଼ା ଯାଉଛି । ଲୋକମାନେ ବସ୍ ଉପରେ ମଧ୍ୟ ପଥର ମାଡ଼ କରିଛନ୍ତି । ମୋ ବସକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ନାବାଳିକା ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଛି । ଦୁର୍ଘଟଣା ଘଟାଇବା ପରେ ବସର ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନେକ ଥର ମଧ୍ୟ ମୋ ବସ୍ ଦୁର୍ଘଟଣା ଘଟାଇଛି । ଜାନୁୟାରୀ ୨୩ ତାରିଖରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ଥିବା ୟୁକୋ ବ୍ୟାଙ୍କ ସମ୍ମୁଖରେ ମୋ ବସ୍ ସିରିଜ ଦୁର୍ଘଟଣା ଘଟାଇଥିଲା । ଫଳରେ ୪ ଜଣ ଲୋକ ଆହତ ହୋଇଥିବା ବେଳେ ୩ଟି ଗାଡି କ୍ଷତିଗ୍ରସ୍ତ ହୋଇଥିଲା । ଗତ ନଭେମ୍ବର ମାସରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ଯୁବତୀଙ୍କର ହାତ କଟିଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...