32.9 C
Balāngīr
Thursday, July 10, 2025

ରଥଟଣା ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ

Must read

ଭଦ୍ରକ, (୨୮/୦୬) : ଆପ୍ର. : ରଥଟଣା ଶୋଭାଯାତ୍ରା ବେଳେ ଅଘଟଣ । ଡିଜେ ଗାଡ଼ି ଓଲଟି ଜଣେ ନାବାଳକର ମୃତ ଦୁଇ ଆହତ ।

ଏଭଳି ଦୁଃଖଦ ଘଟଣା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତସ୍ଥିତ ଅନହରପୁର ଠାରେ ଘଟିଥିବା ଜଣାପଡିଛି। ମୃତ ବାଳକ ହେଉଛନ୍ତି ଅନହରପୁର ଗ୍ରାମର । ସୂଚନା ଅନୁସାରେ ଗତ କାଲି ରାତିରେ ଅନହରପୁର ଠାରେ ରଥଯାତ୍ରା ପାଇଁ ଶୋଭାଯାତ୍ରା ଚାଲିଥିଲା । ଏଥିରେ ଡିଜେ ସାମିଲ ହୋଇଥିଲା । ରାସ୍ତାରେ ଖାଲ ଥିବା ବେଳେ ସେହି ସ୍ଥାନରେ ଡିଜେ ବୁଲିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ନିକଟରେ ଛିଡ଼ା ହୋଇଥିବା ସ୍ଥାନୀୟ ଅଞ୍ଚଳର କିଶୋର ରାଉତଙ୍କ ପୁଅଙ୍କ ଉପରେ ଡିଜେ ଓଲଟି ପଡିଥିଲା ବେଳେ ସେ ତଳେ ରହିଯାଇଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡିଜେ ତଳେ ଆଉ ଦୁଇ ଜଣ ଲୋକ ଚାପି ହୋଇ ଆହତ ହୋଇଛନ୍ତି । ଘଟଣା ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଧାମନଗର ଥାନା ଅଧିକାରୀ ଗୋପାଳକୃଷ୍ଣ ଜେନାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହି ଅଘଟଣ ପରେ ଅନହରପୁର ଅଞ୍ଚଳରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି ।

 

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...