ରାୟଗଡା, (୨୬/୦୬) : ଆପ୍ର. : ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ବଡ଼ ଦାଣ୍ଡରେ ଦୁଇ ଦିନ ପରେ ଗଡିବ ପ୍ରଭୁ ଜଗନ୍ନାଥଙ୍କ ରଥ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି ବର୍ଷା।
ଏ ନେଇ ରଥ ମହାରଣା ତନ୍ମୟ ଏବଂ ବଳରାମ ବଗର୍ତ୍ତି ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ରଥକୁ ସୁସଜ୍ଜିତ ଏବଂ ରଙ୍ଗ ଦେଇ ଚିତ୍ର ଆଙ୍କିବାରେ ମଧ୍ୟ ଅସୁବିଧା ହେଉଚି ବୋଲି କହିଛନ୍ତି ରଥ ଚିତ୍ରକାର କାଳିଦାସ ମାଣ୍ଡାଙ୍ଗି। ଲଗାତାର ତିନିଦିନ ବର୍ଷା ଯୋଗୁଁ ରଥ କାରିଗର ମାନେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା କହିଛନ୍ତି। ଦୁଇଦିନ ମଧ୍ୟରେ ନୀଳଚକ୍ର ରଥ ଉପରେ ଲାଗି ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଆମ ପ୍ରାୟାସ କରୁଛୁ ଗୁରୁବାର ଦିନ ସୁଦ୍ଧା ରଥ ସମ୍ପୂର୍ଣ୍ଣ ହୋଇଜିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରଥ ମହାରଣା, ଚିତ୍ରକାର ଏବଂ କାରିଗର ମାନେ।