ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୭/୦୧) : ଟିଟିଲିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ଥାନା ଅନ୍ତର୍ଗତ ସାଲେଦମକ ଜଙ୍ଗଲ ରେ ରନ୍ଧା ମଦ ଜବତ ସହ ବିପୁଳ ମାତ୍ରାରେ ମହୁଲପୋଚ ଜବତ ସହ ନଷ୍ଟ କରାଜାଇ ଥିବା ସୂଚନା ଦିଆଯାଇଛି ।
ଟିଟିଲାଗଡ ଅବକାରୀ ଅଧିକାରୀ ଆଶିଷବେହେରା ଙ୍କ ନେତୃତ୍ୱରେ ଏ ଏସ ଆଇ ଭୃଗୁପତି ଦିଗଲ, ବୁଲୁ ସେଠି, କୁମୁଦିନୀ ମଲ୍ଲିକ ପ୍ରମୁଖ ୧,୩୮୦ ମହୁଲ ପୋଚ ନଷ୍ଟ କରିବା ସହ ୧୧୦ ଲିଟର ରନ୍ଧା ମଦ ଜବତ କରାଯାଇଛି । ଏହି ରନ୍ଧା ମଦ ପିଇ ଲୋକେ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ତଥା ୟୁରିଆ ଭଳି ରାସାୟନିକ ସାର ଅଧିକ ନିଶା ଯୁକ୍ତ କରିବା ପାଇଁ ମିଶାଇ ଦେବା ଯୋଗୁଁ ଲୋକେ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ପ୍ରକାଶ ପାଇଛି । ଏହି ଚଢ଼ାଉ ବେଳେ କାହାରିକୁ ଗିରଫ କରାଯାଇ ପାରି ନ ଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି ।