ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ଵର, (୦୧/୦୨) : ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଦିନ ଶ୍ରୀଲିଙ୍ଗରାଜଙ୍କ କାଠ ଅନୁକୂଳ ହୋଇଥାଏ ।
ରବିବାର ଲିଙ୍ଗରାଜଙ୍କ ଶ୍ରୀପଞ୍ଚମୀ ଯାତ୍ରା । ଚଳିତବର୍ଷ ସରସ୍ଵତୀ ପୂଜା ଫେବୃଆରୀ ୨ କିମ୍ବା ୩ରେ ପାଳନ ହେବ କି ନାହିଁ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ କୋହେନୂର ପଞ୍ଜିକାକୁ ଆଧାର କରି ଫେବୃଆରୀ ୨ ତାରିଖରେ ସରସ୍ଵତୀ ପୂଜା ପାଳନ କରିବାକୁ ସ୍ଥିର କରିଛି । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ନିଯୋଗ ସେବାୟତଙ୍କୁ ଅବଗତ କରାଯାଇଛି । ଶ୍ରୀପଞ୍ଚମୀ ଦିନ ଦିଅଁଙ୍କ ଦ୍ଵିପ୍ରହର ଧୂପ ଶେଷ ହେବା ପରେ ଯାତ୍ରା ପୂଜା ହୋଇଥାଏ। ଯାତ୍ରା ପୂଜା ଶେଷ ହେବା ପରେ ଦିଅଁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।