ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୮/୦୧) : କନ୍ଧମାଳ ଜିଲ୍ଲା ରେଖୀଷ୍ଟ ଧର୍ମାବଲାମ୍ବୀ ମାନଙ୍କ ରାଇକିଆ ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ତିନିଦିନିଆ କାରୀସ୍ ମାଟିକ୍ ଆଧ୍ୟାତ୍ମିକ ପଟା ଧ୍ୟାନ ଆଜି ଶୁଭାରମ୍ଭ ହୋଇଛି ।
ରାଇକିଆ ,ଶୁକାନାଣ୍ଡା, କୁମ୍ଭାର କୁପା ପ୍ୟାରିସର ପ୍ରାୟ ୬୦ଟି ମଣ୍ଡଳୀ (ଡିନେରୀ) ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେରଳରୁ ଯାଜକ ସାଜିଙ୍କ ସହ ବହୁ ଯାଜକ, ସେବା ଭଗ୍ନି ପବିତ୍ର ବାଇବଲ ପଠନ କରି ସାମୁହିକ ପ୍ରାର୍ଥନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଧର୍ମ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ମନୋଜ ନାୟକ, ସନାତନ ପ୍ରଧାନ ଆୟୋଜନ କରିଥିଲେ । ଖାଦ୍ୟ ଦାୟିତ୍ୱରେ ଯାଜକ ପୁରୁଷୋତ୍ତମ ନାୟକ, ଜେରମ ନାୟକ, ଡିନେରି ଯାଜକ, ସେବା ଭଗ୍ନି ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଯାଜକ ଶୁଶାନ୍ତ ପ୍ରଧାନ, କମିଟି ସମସ୍ତ ସଦସ୍ୟ ସହୋଯୋଗ କରି ଥିଲେ । ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପସ୍ଥିତ ଥିଲେ ।