32.9 C
Balāngīr
Wednesday, April 30, 2025

ରାଇକିଆର ପ୍ରିୟ ମୁଣ୍ଡା ଭାଇନାଙ୍କ ନିଧନ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୬/୦୧) : କନ୍ଧମାଳ ଜିଲ୍ଲା ରାଇକିଆର ଜଣାଶୁଣା ଅତି ପରିଚିତ ସମସ୍ତ ଙ୍କ ପ୍ରିୟ ପ୍ରାଞ୍ଚିସ୍ ନାୟକ’ମୁଣ୍ଡା ଭାଇନା ଙ୍କ ମଙ୍ଗଳବାର ରାତି ୮ ସମୟରେ ନିଧନ ଘଟିଛି ।

ସେ ଅନାଥ ଶ୍ରେଣୀର ଥିଲେ।ଗତ ୪ ତାରିଖରେ ବାସନ୍ତୀ ପଲୀ, କନଭେଣ୍ଟ୍ ମେଡିକାଲ ଛକ ନିକଟ ଏକ ଘର ବାରଣ୍ଡାକୁ ଓଡି.୧୨.ଇ,୧୭୭୬ ଏକ ଅଟୋ ଚାଳକର ଦୃତଗତୀ, ବେପାରୁଆ ଗାଡି ଚାଳନା ଯୋଗୁଁ ୩ ଜଣଙ୍କୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାଞ୍ଚିସ୍ ନାୟକ ‘ମୁଣ୍ଡା’ ଗୁରୁତର ହୋଇଥିଲେ । ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫୁଲବାଣୀ, ବ୍ରହ୍ମପୁର ଏବଂ ଶେଷରେ ଭୁବନେଶ୍ବର ସ୍ଥିତ ଏମ୍ସ ମେଡିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।ତାଙ୍କର ଡ଼ାହାଣ ଗୋଡ଼, ଛାତି ,ମୁଣ୍ଡ,କାନ୍ଧ ରେ ଗଭୀର ଆଘାତ ଲାଗି ଥିଲା । ଡାକ୍ତର ଚିକିତ୍ସାରେ ସମସ୍ତ ଚେଷ୍ଟା ଜାରି ରଖିଥିଲେ, କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ପ୍ରଚାରିତ ହେବାପରେ  ରାଇକିଆ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଧେଶ୍ୟରେ ସମସ୍ତଙ୍କ ମୋବାଇଲ ରେ ତାଙ୍କ ଫୋଟୋ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ରାଇକିଆ ଅଞ୍ଚଳର ସେ ଥିଲେ ଅତି ପରିଚିତ, ନମ୍ର, ଶାନ୍ତ, ସରଳ,ମେଳାପି, ସାହାଯ୍ୟ କାରି, ପରୋପ କାରୀ, ବିଶ୍ବସ୍ତ ହୋଇ ପ୍ରିୟପାତ୍ର ହୋଇ ଘରେ ଘରେ ପରିଚିତ ହୋଇଥିଲେ । ଅଞ୍ଚଳ ରେ ବିନା ପାରିଶ୍ରମିକ ରେ ସମାଜ ସେବୀ କାମ କରୁଥିଲେ।ବୟସ ପାଖା ପାଖି ୭୦ ବର୍ଷ । ଖବର କାଗଜ ପଢିବା ଏବଂ ବିଭିନ୍ନ ପୋଷାକ ପିନ୍ଧିବା ତାଙ୍କର ରୁଚି ଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...