32.9 C
Balāngīr
Wednesday, April 23, 2025

ରାଇକିଆ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାଇକିଆ : ୨୭/୦୩-ଆପ୍ର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାମମୁଣ୍ଡା ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଦିନାର ସିଂ ଦିଗାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ରମାକାନ୍ତ ଦିଗାଳ ବିବରଣୀ ପାଠ କରିଥିବାବେଳେ ଉପସଭାପତି ସଞ୍ଜୟ କୁମାର ପ୍ରଧାନ ସାଙ୍ଗଠନିକ ପରାମର୍ଶ ଦେଇଥିଲେ ।

କୋଷାଧ୍ୟକ୍ଷ ଭଗବାନ ପ୍ରଧାନ ଆୟବ୍ୟୟର ବିବରଣୀ ପ୍ରଦାନ କରିବା ସହ ସଂଘର ଜମାଖତା ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଖୋଲାଯାଇଥିବା ସୂଚନା ଦେଇଥିଲେ । ସଂଘକୁ ସରକାରୀ ପଞ୍ଜୀକୃତ କରିବା ନିମନ୍ତେ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ସଂପାଦନ କରିଥିବାରୁ ସଦସ୍ୟ ତାରିଣୀ ପରିଛା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଜିର ବୈଠକରେ ଅଧିକ ରୁ ଅଧିକ ସଦସ୍ୟ ସଂଘରେ ଯୋଗଦେବା ନେଇ ପଦକ୍ଷେପ ନେବା ସହ ମହିଳା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ନେଇ ଆଲୋଚନା ହୋଇଥିଲା ।ରାଇକିଆ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ

ମୁଖ୍ୟତଃ ରାଇକିଆ ଅଞ୍ଚଳରେ ପଲଥିନର ବହୁଳ ବ୍ୟବହାରକୁ ପ୍ରଶାସନ ସହ ଆଲୋଚନା କରି ରୋକିବା ନେଇ ପଦକ୍ଷେପ, ବ୍ଲକର ସମସ୍ତ ଗ୍ରାମରେ ଭତ୍ତା ନପାଇ ରହିଯାଉଥିବା ହିତାଧିକାରୀଙ୍କୁ ଭତ୍ତା ଯୋଗେଇଦେବା ନେଇ ପଦକ୍ଷେପ, ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀକୁ ଭେଟି ସେମାନଙ୍କ ବିଷୟ ବୁଝିବା ସହ ରକ୍ତଦାନ ଶିବିର କରିବା, ମୁଖ୍ୟତଃ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀକୁ ନେଇ ବକ୍ତୃତା ପାଇଁ ଏକ ସ୍ଵତନ୍ତ୍ର ପିରିଅଡ କରାଗଲେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ବକ୍ତା ହେବା ସହ କଥା କହିବାର ଶୈଳୀରେ ପରିବର୍ତ୍ତନ ହୋଇପାରିବ ତେଣୁ ଏ ନେଇ ବିଦ୍ୟାଳୟ ଗୁଡିକୁ ପତ୍ର ଲେଖିବା ପାଇଁ ମତ ପ୍ରକାଶ ପାଇଥିଲା ।

କର୍ମମୟ ଜୀବନ ବିତିଯାଇଥିବାରୁ ଅବସର କାଳୀନ ଜୀବନ କିପରି ନିରାମୟ ରେ ବିତିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘ ବର୍ତ୍ତମାନ ଭଡାଘରେ ଚାଲୁ ରହିଥିବାରୁ ସରକାରୀ ଜାଗା ପାଇବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରିବା ନେଇ ସଦସ୍ୟ ଲଲିତ ମୋହନ ଦିଗାଳ ପରାମର୍ଶ ଦେଇଥିଲେ । ସଭା ଶେଷରେ ସଂଘର ସହ ସଂପାଦକ ବିମଲ କିଶୋର ପରିଚ୍ଛା ଧନ୍ୟବାଦ ଦେଇଥିଲେ ।

ରାଇକିଆରେ ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...