32.9 C
Balāngīr
Wednesday, April 30, 2025

ରାଇକିଆ ଜୀବନ ଜ୍ୟୋତି କଲେଜରେ ୩୮ ତମ ବାର୍ଷିକ କ୍ରିଡା ଉଦଘାଟିତ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୧/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି କଲେଜରେ ୩୮ତମ ବାର୍ଷିକ କ୍ରିଡା ଉଦଘାଟନ ହୋଇଯାଇଅଛି lWhatsApp Image 2025 01 20 at 18.52.38 ରାଇକିଆ ଜୀବନ ଜ୍ୟୋତି କଲେଜରେ ୩୮ ତମ ବାର୍ଷିକ କ୍ରିଡା ଉଦଘାଟିତ

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ରାଜୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଇକିଆ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅରୁଣ କୁମାର ପଣ୍ଡା, ଯୋଗ ଦେଇ ଥିଲେ। ସଂମ୍ମାନିତ ଅତିଥି ଭାବେରାଇକିଆ ପୋଲିସ ଏସଆଇ ରାଜେନ୍ଦ୍ର କୁମାର ମିଶ୍ର, ରାଇକିଆ ବିଜୁ ଜନତା ଦଳ ଛାତ୍ର ସଭାପତି ରୋଶନ କୁମାର ନାୟକ, ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ରଥ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଙ୍କ ଦ୍ଵାରା ମଶାଲ ବନଦୂର୍ଗା ମନ୍ଦିର ପ୍ରାଙ୍ଗଣରୁ କଲେଜ ଆଥଲେଟିକ ଉପସଭାପତି ପ୍ରମୋଦ କୁମାର ନାୟକଙ୍କୁ ହସ୍ତାନ୍ତର କରାଯିବା ପରେ ମଶାଲ ଟିକୁ ସହର ପରିକ୍ରମା କରାଯିବ ସହ କଲେଜ ପଡିଆ ଠାରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା ।

ଏହି ଅବସର ରେ ମହାବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ବିଶେଷ ସେବା କାର୍ଯ୍ୟ ପାଇଁ ଅବସର ପ୍ରାପ୍ତ ବରିଷ୍ଠ କିରାଣୀ ବିମଲ କିଶୋର ପରିଛାଙ୍କୁ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା । ଦୁଇ ଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ଲିଜାଲିନ ଭୋଇ, ବେଣୁପାଣି ମହାପାତ୍ରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...