ରିପୋର୍ଟ : ଜଗଦୀଶ ଦଶ
ରାଇକିଆ, (୦୯/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି ।
ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୌଣସି କାରଣ ଖସି ଯାଇ ପାଣିରେ ପଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ କୌଣସି ଲୋକ ନ ଥିବାରୁ ତୁରନ୍ତ ତାଙ୍କୁ କେହି ବି ଉଧାର କରି ପାରି ନ ଥିଲେ। ପରେ ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।