32.9 C
Balāngīr
Monday, April 28, 2025

ରାଇକିଆ ର ଗମାଣ୍ଡି ଗ୍ରାମରେ ଲେମୋନ ଗ୍ରାସ ଚାଷ ପାଇଁ ଆଗ୍ରହ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୦/୦୧) : ରାଇକିଆ ର ଗମାଣ୍ଡି ଗ୍ରାମରେ ଲେମୋନ ଗ୍ରାସ ଚାଷ ପାଇଁ ଆଗ୍ରହWhatsApp Image 2025 01 10 at 13.12.25 ରାଇକିଆ ର ଗମାଣ୍ଡି ଗ୍ରାମରେ ଲେମୋନ ଗ୍ରାସ ଚାଷ ପାଇଁ ଆଗ୍ରହ

ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପାରିକ ଭାବେ ଫୁଲକୋବି ଚାଷ କରି ଆସୁଥିବା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗମାଣ୍ଡି ଗ୍ରାମର ୧୫ ଜଣ ଚାଷୀମାନେ ସଙ୍ଘଠିତ ହୋଇ ଭୁବନେଶ୍ୱର ସ୍ଥିତ AWARD ନାମକ ସାମାଜିକ ସେବା ସଂସ୍ଥାର ସଚେତନତା ସହ ସହଯୋଗରେ ସ୍ୱୟଂ ସହାୟକ (ଚାଷୀ ଦଳ) ମିଶି ଗୋଷ୍ଠୀ ଗଠନ କରି ନିଜ ନିଜର ଜମି ମାନଙ୍କରେ ୫ ମାସରୁ ଉର୍ଦ୍ଧ୍ବ ହେବ ପ୍ରାୟ ୧୦ଏକର ଜମିରେ ଲେମୋନ ଗ୍ରାସ ଚାଷ ବିନା ରାସାୟନିକ ସାରରେ ସମ୍ପୂର୍ଣ୍ଣ ଜୈବିକ ଭାବେ ଚାଷ କରିଛନ୍ତି ଏବଂ ପ୍ରଥମ ଅମଳରେ ଲେମୋନ ଗ୍ରାସ କାଟି oil extraction କେନ୍ଦ୍ରକୁ ପେଷଣ ନିମନ୍ତେ ନିଆଯାଇଛି ।

ଏହି ଲେମୋନ ଗ୍ରାସ ପ୍ଲାଣ୍ଟ ଗୁଡ଼ିକ କେନ୍ଦ୍ର ସରକାରଙ୍କ CSIR ର ସ୍କିମ ଜରିଆରେ ଯୋଗାଯୋଗ କରି ଉତ୍ତରାଖଣ୍ଡରୁ ଅଣା ଯାଇଥିଲା, ବର୍ତ୍ତମାନ ନିଜ ଗ୍ରାମ ଗମାଣ୍ଡିରେ ଏକ ସ୍ଥାପନ କରିବା ନିମନ୍ତେ ସରକାରଙ୍କ ନିକଟରେ ଆବେଦନ କରିବାକୁ ଚାଷୀ ଦଳ ସ୍ଥିର କରିଛନ୍ତି ବୋଲି ଚାଷୀଦଳ ସଭାପତି ଶ୍ରୀ ମସେଷ ଦିଗାଳ ଏବଂ ତାଙ୍କର ମହିଳା ଚାଷୀଦଳ ମିଶି ମତ ପ୍ରକାଶ କରିଛନ୍ତି, ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ଦଳ ଗଣମାଧ୍ୟମରେ କହିଛନ୍ତି ।

- Advertisement -spot_img

More articles

2 COMMENTS

Comments are closed.

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...