ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୬) : ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ ।
ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏପରି ଅଘଟଣ ଘଟିଛି । ମୃତ ଯୁବତୀଙ୍କ ଘର ଚଣ୍ଡୀଗଡ଼ ଏବଂ ସେ କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ । ଏହି ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି । ପାହାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ତେବେ ପୋଲିସ ଯୁବତୀଙ୍କ ଟେଲିଫୋନ, ସୋସିଆଲ ମିଡିଆ ମେସେଜ୍ ଯାଞ୍ଚ କରୁଛି ।