32.9 C
Balāngīr
Sunday, July 20, 2025

ରାଜେଶ୍ୱରୀଙ୍କୁ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଗୋବିନ୍ଦ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୫/୧୦) : ମମିତା ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ । ୨୦୦୦ ମସିହା ଅଗଷ୍ଟ ୮ ତାରିଖରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ରାଜେଶ୍ୱରୀଙ୍କୁ ଟ୍ରାକ୍ଟର ଚଢାଇ ଗୋବିନ୍ଦ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।

ବଲାଙ୍ଗୀରର ମୋତିଲାଲ ନାୟକ କହିଛନ୍ତି ଭାଇ ମୀନ ସାହୁକୁ ଲଗାଇ ଝିଅ ରାଜେଶ୍ୱରୀଙ୍କୁ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଗୋବିନ୍ଦ । ଏନେଇ ସେ କେ ଗାଁ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି କହିଛନ୍ତି ମୋତିଲାଲ ।

୧୯୯୭ ପଂଚାୟତ ନିର୍ବାଚନରେ ମୋତିଲାଲଙ୍କ ଭାଇ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ । ଆଉ ପରାଜିତ ହୋଇଥିଲେ ଗୋବିନ୍ଦ ସାହୁର ସମର୍ଥିତ ପ୍ରାର୍ଥୀ ନୃପରାଜ ସିଂହ । ଏହି ପରାଜୟରେ ଉତକ୍ଷିପ୍ତ ହୋଇ ପଂଚାୟତ ସମିତି ଷ୍ଟ୍ରଙ୍ଗରୁମରେ ଥିବା ଭୋଟ୍ ବାକ୍ସକୁ ପେଟ୍ରୋଲ ଢାଳି ପୋଡି ଦଇଥିଲା ଗୋବିନ୍ଦ ।

ଏଥି ସହ ମୋତିଲାଲ ଓ ତାଙ୍କ ପରିବାର ଉପରେ ରାଗ ରଖି ଝିଅକୁ ହତ୍ୟା କରିଥିଲା ବୋଲି କହିଛନ୍ତି ମୋତିଲାଲ ନାୟକ । ଗୋବିନ୍ଦ ସାହୁ ଜଣେ ଛୋଟିଆ ଠିକାଦାର ଭାବେ ପ୍ରଥମେ କାମ ଆରମ୍ଭ କରିଥିବାବେଳେ ଜେଇମାନଙ୍କୁ ବିଭିନ୍ନ ବାଟରେ ବ୍ଲାକମେଲ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...