ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୧) : ରାଜ୍ୟରେ ଜାରି ରହିଛି ଘନକୁହୁଡ଼ି ସାଙ୍ଗକୁ କୋହଲା ପାଗ । ଫଳରେ ୫୦ ମିଟର ରାସ୍ତାଘାଟ ମଧ୍ୟ ଦୃଶ୍ୟମାନ ହେଉନାହିଁ ।
ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୭ରୁ ରାଜ୍ୟରେ କଲବଲ କରିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ରାଜ୍ୟରେ ଘନକୁହୁଡ଼ି ସହିତ ହାଲୁକା ଶୀତ ଅନୁଭୂତ ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପରିକି ରାତିରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ମଧ୍ୟ ସୂଚନା ରହିଛି । ତେଣୁ ଏହି ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଗାଡି ଚାଲାକ ମାନେ ସତର୍କତାର ସହିତ ଗାଡି ଚଳାଇବାକୁ ମଧ୍ୟ ନିର୍ଦେଶ ଦେଇଛି ପାଣିପାଗ କେନ୍ଦ୍ର ।