32.9 C
Balāngīr
Friday, April 25, 2025

ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୭/୧) : ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍‌ର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ, ଓଡ଼ିଶା ଦର୍ଶନର ରାଜ୍ୟ ଜନ ପରିବହନରେ ସାମିଲ ହୋଇଛି ନୂତନ ଓ ଉନ୍ନତ ଧରଣର ଇ-ବସ ସେବା । ଏହା ବହୁମାତ୍ରାରେ କାର୍ବନ ନିର୍ଗମନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ବସ୍ ସେବାଗୁଡ଼ିକ ଦ୍ୱାରା ପର୍ଯ୍ୟଟକମାନଙ୍କ ଯାତାୟାତକୁ ବିଶେଷ ଭାବରେ ଲାଭ ହେବା ସହିତ ପ୍ରଥମଥର ପାଇଁ ରାଜ୍ୟର ଜଣେ ସାଧାରଣ ଯାତ୍ରୀଟିଏ ମଧ୍ୟ ଏହି ସେବାର ଅନୁଭୂତି ନେଇପାରିବେ। ୫ଟି ଡବଲ୍ ଡେକର୍ ଏବଂ ୧୦ଟି ହପ୍ ଅନ୍ ହପ୍ ଅଫ୍ ଇ-ବସ୍ ସେବା ସାଧାରଣତଃ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପ୍ରମୁଖ ଦର୍ଶନୀୟ ସ୍ଥାନ ଏବଂ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସଂଯୋଗ କରିବ ।

ସେପରି ପୁରୀ ସହରରେ ବିଭିନ୍ନ ତିର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଥମ ଯାତ୍ରୀମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଯାତ୍ରୀ ଥିଲେ। ସେମାନଙ୍କର ହ୍ୱିଲ୍ ଚେୟାର ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଥମ ଦୁଇଟି ବସ୍ ଟିକେଟ୍ ପ୍ରଦାନ କରିଛନ୍ତି। ଏହି ବସ୍‌ରେ ବିଶେଷତା ହେଉଛି ଦିବ୍ୟାଙ୍ଗ ଯାତ୍ରୀମାନେ ବସ୍‌ରେ ଥିବା ର‌୍ୟାମ୍ପ୍ ସାହାଯ୍ୟରେ ସେମାନଙ୍କର ହ୍ୱିଲ୍ ଚେୟାର ସହିତ ଯାତ୍ରା କରିପାରିବେ ।

ଏସ୍‌ଜେଟିଏ ବସ୍ ଭଡ଼ା ସାଧାରଣ ମୋ ବସ୍ ଭଡ଼ା ଭଳି ଥିବାବେଳେ ଡବଲ ଡେକର ବସ୍ ଭଡ଼ା ସର୍ବନିମ୍ନ ମୂଲ୍ୟ ୩୦ ଟଙ୍କାରୁ ସର୍ବାଧିକ ୧୭୦ ଟଙ୍କା ସହିତ ଏକ୍ସପ୍ରେସ୍ ସେବା ଭାବରେ ଗତି କରିବ। ସେପରି ହପ୍ ଅନ୍ ହପ୍ ଅଫ୍ ଇ-ବସ୍‌ରେ ମାତ୍ର ୨୦୦ ଟଙ୍କା ମୂଲ୍ୟରେ ଦୈନିକ ପାସ୍ କରି ଯାତ୍ରୀମାନେ ଏହାର ନିର୍ଦ୍ଦିଷ୍ଟ ବସ୍ ରୁଟ୍‌ରେ ଅନବରତ ଯାତ୍ରା କରିବାର ସୁଯୋଗ ନେଇପାରିବେ। ପରବର୍ତ୍ତି ସମୟରେ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଡବଲ ଡେକର ବସ୍‌ରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ବସ୍ ଟିକେଟ୍ ପ୍ରଦାନ କରିଥିଲେ ।

ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟର ପରିଚାଳନା ନିର୍ଦେଶକ ଡ. ଏନ. ଥିରୁମାଲା ନାୟକଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...