ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ଵର, (୧୮/୦୨) : ଏବେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୨୦ରୁ ୩୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଥିଲା ।
ଠିକ୍ ସେହିପରି ରାଜ୍ୟରେ ୧୦୯ ସେବା ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୁଏ ତେବେ ତାଙ୍କୁ ହସ୍ପିଟାଲରୁ ଘରକୁ କିମ୍ବା ଶ୍ମଶାନକୁ ନିଆଯିବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏନେଇ ବଜେଟ୍ରେ ସ୍ଵତନ୍ତ୍ର ଅର୍ଥ ବରାଦ ହୋଇଛି । ଏହାଦ୍ବାରା ସରକାରୀ ହସ୍ପିଟାଲରେ ମୃତ୍ୟୁ ପରେ ଶବ ନେବାରେ ଯେଉଁ ସମସ୍ୟା ହେଉଛି ତାହା କମିଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ।