32.9 C
Balāngīr
Tuesday, May 13, 2025

ରାଜ୍ୟ କ୍ୟାବିନେଟ୍‌ ବୈଠକ; ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଭୁବନେଶ୍ୱର, (୦୮/୦୫) : ଆପ୍ର. : ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।

୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।

ପଶୁ ସଂପଦ : ନିଯୁକ୍ତି ଓ ସର୍ତ୍ତାବଳୀରେ ପରିବର୍ତ୍ତନ। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରରେ ଗ୍ରୁପ-ବି ରେ ୧୧୩ ନୂଆ ପଦବୀ ସୃଷ୍ଟି କରାଯାଇଛି।

ଅର୍ଥ ବିଭାଗ : ପେନସନ ରୂଲରେ ୨୦ ଟି ସଂଶୋଧନ। ସରକାରୀ କର୍ମଚାରୀ ଇସ୍ତଫା ଦେଲେ , ୯୦ ଦିନ ଭିତରେ ପୁନର୍ବାର ବିଚାର କରି ସରକାରଙ୍କୁ ଅନୁରୋଧ କରି ପାରିବେ। ସେହିଭଳି ଫ୍ୟାମିଲି ପେନସନ୍ ବ୍ୟବସ୍ଥାରେ ପୂର୍ବରୁ ଅବିବାହିତ ଝିଅଙ୍କ ପାଇଁ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ଏଥିରେ ଯଦି ଝିଅ ଭିନ୍ନକ୍ଷମ ହୋଇଥାନ୍ତି ଓ ତାଙ୍କ ବାହାଘର ହୋଇଛି ସେ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ତାଙ୍କ ପରିବାର ଆୟ ୫ ଲକ୍ଷରୁ କମ ଥିବା ଆବଶ୍ୟକ । ଆର୍ମିରୁ ଅବସର ପରେ ଓଡିଶା ସରକାରରେ ଚାକିରି କରୁଥିବା କର୍ମଚାରୀଙ୍କୁ ଉଭୟ ଆର୍ମି ଓ ଓଡ଼ିଶା ସରକାରରୁ ମିଳିବ।

ଗ୍ରାମ୍ୟ ଉନ୍ନୟନ : ପ୍ରତିବର୍ଷ ୧୪୨ କୋଟି ଟଙ୍କା ୩ ବର୍ଷ ପାଇଁ ଆଛି। କେବଳ RD ବିଭାଗ ମାଧ୍ୟମରେ ୨୦ଟି କାମ କରି ପାରିବେ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ। ବାତ୍ୟା ପାଇଁ ଅନେକ ସ୍ଥାନରେ ରାସ୍ତା କ୍ଷୟ ହେଉଛି। ଏଥିପାଇଁ ଏବେ ୫ ବର୍ଷ ପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତି ବର୍ ୨୦୦ କୋଟି ଖର୍ଚ୍ଚ ହେବ । ଯେଉଁଥିରେ ୫୦୦ ନୂଆ ରାସ୍ତା ନିର୍ମାଣ କରାଯିବ। ଜଳମଗ୍ନ ସେତୁକୁ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରାଯିବ।

ବାଣିଜ୍ୟ ଓ ପରିବହନ ବିଭାଗ : ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ସୁଗମ କରାଯିବ। ଏଥିରେ ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଙ୍କୁ ବସ ଭଡାରେ ୫୦ ପ୍ରତିଶତ ରିହାତି ମିଳିବ।

ସ୍ୱାସ୍ଥ୍ୟ ବିଭାଗ : ମାଗଣା ନିଦାନ ଏବଂ ଡାଇଲିସିସ ସେବା ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟକୁ ୫ ବର୍ଷ ପାଇଁ ଜାରି ରଖିବାକୁ ଅନୁମୋଦନ । ୫ ବର୍ଷରେ ୨୪୫୯.୫୧ କୋଟି ଖର୍ଚ୍ଚ ହେବ। ନିର୍ମଳ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ ହେବ। ଏଥିପାଇଁ ୫୧୭୪.୭୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...