ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୧) : ୨୬ଡିସେମ୍ବର ୨୦୨୪ ଠାରୁ ୩୦ ଡିସେମ୍ବର ୨୦୨୪ତାରିଖ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲାରେ ଚଇତି ମେଳାର ସମୟ ନିର୍ଦ୍ଧାରିତ କରା ଯାଇଥିଲା ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ଼ଃ ମନମୋହନ ସିଂହଙ୍କ ଦେହାନ୍ତ ପରେ ଏହାକୁ ୨ ଜାନୁଆରୀ ୨୦୨୫ ଠାରୁ ୦୪ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଘୁଞ୍ଚେଇ ଦିଆଗଲା । ଉକ୍ତ ପଲ୍ଲିଶ୍ରୀ ମେଳାରେ ପ୍ରାୟ ୩୫୦ରୁ ଅଧିକ ଷ୍ଟଲ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସାମଗ୍ରୀ ପ୍ରଦର୍ଶନୀ କରିବା ସହ ବିକ୍ରି କରାଯାଉଥିଲା। ବିଭିନ୍ନ ଷ୍ଟଲରେ ଭିନ୍ନ ଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିଲା । ସରକାରୀ ବିଭାଗୀୟ ଷ୍ଟଲରେ ନିଜ ନିଜ ଯୋଜନାର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଉଥିଲା । କୃଷି ବିଭାଗ ମଧ୍ୟ କୃଷି ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କିପରି ମାଛ ଓ ପଶୁ ପାଳନ କରା ଯାଇପାରିବ ସେ ବିଷୟରେ ପ୍ରଦର୍ଶନୀ କରା ଯାଇଥିଲା । ମୃତିକା ସଂରକ୍ଷଣ ଓ ଜଳଛତ୍ର, ମୃତିକା ସଂରକ୍ଷଣ ଓ ବୃକ୍ଷ ରୋପଣ ବିଷୟରେ ପ୍ରଦର୍ଶନୀ କରାଯାଇଥିଲା। ଉକ୍ତ ମେଳାରେ ବିଭିନ୍ନ ଷ୍ଟଲ ମାଧ୍ୟମରେ ଖାଦ୍ୟ ଶସ୍ୟ ଏବଂ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ସହ ପ୍ରଦର୍ଶନୀ କରାଯାଇଥିଲା।
“WASAN” (ୱାସନ୍)- ସାମାଜିକ ସଂଗଠନ ଚିରନ୍ତର ସମ୍ମାନୀତ କୃଷି କାର୍ଯ୍ୟକ୍ରମର ଗୋଟିଏ ଷ୍ଟଲ ହୋଇଥିଲା। ଉକ୍ତ ଷ୍ଟଲ ମାଧ୍ୟମରେ ବିସ୍ତୃତ ଖାଦ୍ୟ ଓ ସମ୍ମନୀତ କୃଷି କାର୍ଯ୍ୟକ୍ରମକୁ ଆକର୍ଷିତ କରିଥିଲା ଯାହା ସମନ୍ୱିତ କୃଷି ପ୍ରକଳ୍ପ କାର୍ଯ୍ୟକ୍ରମରେ ଉନ୍ନତ ଧରଣର ସମନ୍ୱିତ କୃଷି ଯଥା କୁକୁଡ଼ା ଚାଷ, ମାଛ ଚାଷ, ମହୁ ଚାଷ, ଫୁଲ ଚାଷ, ମିଶ୍ରିତ ପୋଷଣ ବଗିଚା ଓ ଗୃହପାଳିତ ପଶୁ ପାଳନ ସହ ଜୈବିକ ଖତ ପ୍ରସ୍ତୁତି ଓ ଏହାକୁ କିପରି କୃଷି କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ଏବଂ ପାରମ୍ପରିକ କୃଷି, ମୃତିକାର ଉର୍ବରତା ବଞ୍ଚାଇବା ରଖାଯାଇ ପାରିବ ସେ ନେଇ ପ୍ରଦର୍ଶନୀ ହୋଇଥିଲା। ଦେଶୀ ବିହନକୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ଉପରେ ପ୍ରଦର୍ଶନୀ କରାଯାଇଥିଲା ।
ବିଲୁପ୍ତ ହୋଇ ଯାଉଥିବା ଖାଦ୍ୟ ଶସ୍ୟ ପାରମ୍ପରିକ ଜୈବିକ କୃଷି କିପରି ଭାବରେ ବଞ୍ଚେଇବା ସହ ବହୁଳ ପରିମାଣରେ ଲୋକେ କୃଷିକ୍ଷେତ୍ରରେ ନିୟୋଜିତ କରି ପାରିବେ ସେ ନେଇ ବୁଝାଇ ଦେଉଥିଲେ ଷ୍ଟଲରେ ଥିବା ସରକାରୀ କର୍ମଚାରି। ଏହା ନିରନ୍ତର ସମ୍ମନୀତ କୃଷି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମହୋତ୍ସବ ଚଇତି ୨୦୨୪ର ପ୍ରଥମ ଦିନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।
ଶ୍ରୀ ରବି ନାରାୟଣ ନାଏକ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ ତଥ ସହିତ WASSAN (ୱାସନ୍)ଷ୍ଟଲକୁ ପରିଦର୍ଶନ କରିବା ସହ ଚିରନ୍ତର ସମ୍ମନୀତ କୃଷି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ପଚାରିବା ସହ ଦେଶୀ ବିହନ ଏବଂ ଏହାର ଆବଶ୍ୟକତା ବିଷୟରେ ମନ୍ତ୍ରୀ ମହୋଦୟ ଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳ ମହାଦୋୟା ଏହି ଷ୍ଟଲକୁ ଖୁବ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ । ବିଲୁପ୍ତ ହେଉଥିବା କୃଷି ଓ ଦେଶୀ ବିହନକୁ ବଞ୍ଚେଇ ରଖିବା ଓ କୃଷି ଉପରେ ବିଶେଷ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରମ୍ପାରିକ ନାଚଗୀତକୁ ଉପଭାଗ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଚଇତିରେ ଯୋଗ ଦେଇଥିଲେ । ଚଇତିର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଯୋଗ ଦେଇଥିଲେ ।