32.9 C
Balāngīr
Tuesday, July 15, 2025

ରାତି ପାହିଲେ ମହା ଶିବରାତ୍ରୀ : କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୨) : ରାତି ପାହିଲେ ମହା ଶିବରାତ୍ରୀ। ଦୀପ ଜାଳି ଜାଗର ପାଳିବା ପାଇଁ ଅନେଇ ରହିଛନ୍ତି ଭକ୍ତ ।

ତେବେ ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପରିକି ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନ କରିବା ଏବଂ ପଦଯାତ୍ରୀଙ୍କ ପାଇଁ କୌଣସି ବାଧା ନ ସୃଷ୍ଟି କରିବା ପାଇଁ କେତେକ ନିୟମାବଳୀ ଲାଗୁ କରାଯାଉଛି। ଏହି ନିୟମାବଳୀ ୨୫ ଫେବ୍ରୁଆରି ୨୦୨୫ ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ ବୋଲି କମିସନରେଟ୍ ପୋଲିସ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି।

ଏପରିକି ରଥ ରୋଡ ଏବଂ ପୁନାମା ଗେଟ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଯାନବାହନଗୁଡ଼ିକ ବଢ଼େଇବାଙ୍କ ଛକରୁ ବିଏମ୍ ହାଇସ୍କୁଲ ପଡ଼ିଆ ଆଡ଼କୁ ପାର୍କିଂ ପାଇଁ ଡାଇଭର୍ଟ କରାଯିବ। ଏହାସହିତ କେଦାର ଗୌରୀ ମନ୍ଦିର ପାର୍ଶ୍ୱ ଏବଂ ସାନିଟାରିୟମ୍ ଛକ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଗାଡ଼ିଗୁଡ଼ିକ କଚେରାପିଣ୍ଡି ଛକ ଦେଇ କୋଟି ତୀର୍ଥ ଲେନ୍ ବ୍ୟବହାର କରିପାରିବେ ଏବଂ ତରଙ୍ଗା କ୍ଲବ୍‌ର ପଛ ପାର୍ଶ୍ୱରେ ଥିବା ଖାଲି ସ୍ଥାନରେ ସେମାନଙ୍କର ଗାଡ଼ି ପାର୍କ କରିପାରିବେ। କେଉଟ ସାହି ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକୁ ଶ୍ରୀରାମ ନଗରରୁ ବିଏମସି ମାର୍କେଟ୍ କମ୍ପ୍ଲେକ୍ସ/ଅନନ୍ତ ବାସୁଦେବ ପାର୍କିଂ ଏବଂ ସବ-ଷ୍ଟେସନ୍ ଛକ ଦେଇ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଯିବ।

 

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...