32.9 C
Balāngīr
Thursday, June 12, 2025

ରାମକୃଷ୍ଣ ଆଶ୍ରମ ଠାରେ ସୌର ଶକ୍ତି ସମ୍ପନ୍ନ ୧୫୦ କିଲୋୱାଟ ଗ୍ରୀଡ଼କୁ ଉଦଘାଟନ କଲେ ଜିଲ୍ଲାପାଳ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୦୩/୧୦) : ରାୟଗଡ ଜିଲ୍ଲା ହାଟ ମୁନିଗୁଡା ଠାରେ ଅବସ୍ଥିତ ରାମକୃଷ୍ଣ ଆଶ୍ରମ ଠାରେ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସୌର ଶକ୍ତି ସମ୍ପନ୍ନ ୧୫୦ କିଲୋୱାଟ ର ଗ୍ରୀଡ଼କୁ ଉଦଘାଟନ କରିଛନ୍ତି lWhatsApp Image 2021 10 04 at 9.11.49 AM ରାମକୃଷ୍ଣ ଆଶ୍ରମ ଠାରେ ସୌର ଶକ୍ତି ସମ୍ପନ୍ନ ୧୫୦ କିଲୋୱାଟ ଗ୍ରୀଡ଼କୁ ଉଦଘାଟନ କଲେ ଜିଲ୍ଲାପାଳ

ତୈଳ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ ନୂଆଦିଲ୍ଲୀର ସାମାଜିକ ଦାୟିତ୍ୱବୋଧ (ସିଏସଆର) ପ୍ରୋତ୍ସାହନ ରେ ସ୍ଥାପିତ କରାଯାଇଛି l କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାୟଗଡ ଜିଲ୍ଲା ଗସ୍ତ ବେଳେ ପ୍ରତିଶୃତି ଅନୁଯାୟୀ ରାମକୃଷ୍ଣ ଆଶ୍ରମ ଠାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି l

ଏହି ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ସୌର ଶକ୍ତି, ଅକ୍ଷୟଶକ୍ତି ଓ ଅବିରତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ l ପାରମ୍ପରିକ ଶକ୍ତି ଆଗକୁ ଦିନେ ନା ଦିନେ ସମାପ୍ତ ହେଇଯିବ । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ସତର୍କତା ଅବଲମ୍ବନ ନ କରିଲେ ଆଗlମି ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଥିଲେ l ଜିଲ୍ଲାରେ ଏକମାତ୍ର ଅନୁଷ୍ଠାନ ରାମକୃଷ୍ଣ ଆଶ୍ରମ ସୌର ଶକ୍ତି ବ୍ୟବହାର କରୁଥିବାରୁ ଆଶ୍ରମ କର୍ତ୍ତୃପକ୍ଷ ଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ lWhatsApp Image 2021 10 04 at 9.11.48 AM ରାମକୃଷ୍ଣ ଆଶ୍ରମ ଠାରେ ସୌର ଶକ୍ତି ସମ୍ପନ୍ନ ୧୫୦ କିଲୋୱାଟ ଗ୍ରୀଡ଼କୁ ଉଦଘାଟନ କଲେ ଜିଲ୍ଲାପାଳ

ଏହି ବିଦ୍ୟାଳୟରୁ ବାର୍ଷିକ ପରୀକ୍ଷା ରେ ଶତପ୍ରତିଶତ ଫଳାଫଳ ଭଲ ହୋଇଥିବାରୁ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ ଛାତ୍ର ମାନଙ୍କୁ ଅକ୍ଷୟ ଶକ୍ତି ବ୍ୟବହାର ଉପରେ ନିଜ ନିଜ ଗ୍ରାମରେ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ l ନିଷ୍ଠାର ସହିତ ଅଧ୍ୟବସାୟ କଲେ ନିଶ୍ଚିତଭାବେ ସଫଳତା ପାଇ ପାରିବ ବୋଲି କହିଥିଲେ l

ଏହି ଉଦଘାଟନ ଉତ୍ସବରେ ଆଶ୍ରମର ସମ୍ପାଦକ ସ୍ୱାମୀ ଗୀତାତ୍ମାନଂଦ ମହାରାଜ, ଭୁବନେଶ୍ୱର ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ଆତ୍ମାନୁଭବନନ୍ଦ ମହାରାଜା ଉପସ୍ଥିତ ଥିବାବେଳେ ଆଶ୍ରମର ବିଦ୍ୟାର୍ଥୀ, ଶିକ୍ଷକ, ଓ ଆଶ୍ରମ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...