32.9 C
Balāngīr
Sunday, July 20, 2025

ରାମକୃଷ୍ଣ କଳା ମନ୍ଦିର ପ୍ରାଙ୍ଗଣରେ ମା ମଝିଘରିଣୀଙ୍କ ଘଟଯାତ୍ରା ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୦୫) : ରାୟଗଡା ସଦର ମହକୁମାସ୍ଥିତ ଆମ୍ବଗୁଡ଼ା ଗ୍ରାମ ରାମକୃଷ୍ଣ କଳା ମନ୍ଦିର ପ୍ରାଙ୍ଗଣରେ ମା ମଝିଘରିଣୀଙ୍କ ଘଟଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 05 27 at 21.34.03 ରାମକୃଷ୍ଣ କଳା ମନ୍ଦିର ପ୍ରାଙ୍ଗଣରେ ମା ମଝିଘରିଣୀଙ୍କ ଘଟଯାତ୍ରା ଅନୁଷ୍ଠିତ

ଏହା ୫ଦିନ ଧରି ଏଠାରେ ମହା ସମାରୋହରେ ପାଳିତ ହୋଇଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଟିତ ହେଉଥିଲା । ୨୨ତାରିଖ ବୁଧବାର ଦିନ ଏକ ବିରାଟ ବଡ ପଟୁଆର ସାଙ୍ଗକୁ ନାନା ପ୍ରକାର ଆତସ ବାଜି ସହିତ ସୁସଜ୍ଜିତ ରଥରେ ମଝିଘରିଆଣୀ ମନ୍ଦିର ଠାରୁ ମାଁ ଙ୍କ ଖଣ୍ଡା ଓ ଆଜ୍ଞାମାଳ ଅଣାଯାଇ ପାଞ୍ଚ ଦିନ ଧରି ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରଯାଇଛି । ସ୍ଥାନୀୟ ବାସୀଙ୍କ କହିବା ଅନୁସାରେ ଆଜକୁ ଦିର୍ଘ ୬୦ ବର୍ଷ ଧରି ଏହିଭଳି ଭାବରେ ମହା ସମାରୋହରେ ପାଳିତ ହେଉଛି ମା ମଝିଘରିଆଣି ଙ୍କ ଘଟଯାତ୍ରା ।

ଏହି ଘଟଯାତ୍ରାରେ ନିଆଁ ମୋଡା, ପୂଜକ କଣ୍ଟା ଦୋଳିରେ ଝୁଲିବା ଓ ଗଣେଶ, ହନୁମାନ, ଓ ରାବଣ ମୁଖ୍ୟ ଆକର୍ଷଣ ହୋଇଥିଲେ । ରବିବାର ଦିନ ଡିଜେ ର ତାଳେ ତାଳେ ଖୁସିରେ ଖୁସୀରେ ହଜାର ହଜାର ସଂଖ୍ୟାରେ ମା ଙ୍କ ମେଲାଣି ରେ ସାମିଲ୍ ହେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ରାୟଗଡ଼ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପରିଚାଳନା କମିଟି ସଦସ୍ୟ ଜେ.ଏସ.କୋ ମ୍ୟାନେଜର ଏନ୍. ରାଧା କ୍ରିଷ୍ଣା, ଏସ୍ ସୂର୍ଯ୍ୟ ନାରାୟଣ – କର୍ମଚାରୀ ସଂଘ ସଭାପତି ଏବଂ କଂଗେସ ବିଧାୟକ ପ୍ରାର୍ଥୀ କାଡ୍ରାକା ଆପ୍ପାଲା ସ୍ଵାମୀ, ଆର୍ ହରିଶ ପଟନାୟକ, ଜି. ପୂର୍ନେସ୍ୱର ରାଓ (k,k), ମୁରଲୀଧର ପଟନାୟକ ଓ ଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...