32.9 C
Balāngīr
Thursday, July 10, 2025

ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ ” ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୮/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା | ସୂଚନାନୁଯାଇ ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ “ ର ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ |f679f05a a5a1 4efc 9f31 4988c141f455 ରାମଗଡ ପଞ୍ଚାୟତ "ଓଡିଶା ଡ୍ରାଇଭର ମହାସଂଘ " ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଏହି ବୈଠକରେ ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ ” ର ସଭାପତି -ଆରଣ୍ୟ ସେଠି, ସମ୍ପାଦକ -ସୁବାଷ ଥାଟି, ଆଡମିନ -ସଞ୍ଜୟ ପୋଢ଼, ପ୍ରବୀଣ ଡ଼lଙ୍ଗ, ସ୍ଵପ୍ନେଶ୍ଵର ମହାଲ୍ଲିକ, ଦୁଃଶାସନ ଦ୍ୱାରୀଙ୍କ ସହିତ ସଂଘ ରେ ଥିବା ୬୦ ଜଣ ଡ୍ରାଇଭର ଉପସ୍ଥିତି ରହି ରାମଗଡ ଜଗନ୍ନାଥ ବନପ୍ରକଳ୍ପ ମହାନଦୀ କୂଳରେ ଏହି ବୈଠକ ଟି ଅନୁଷ୍ଠିତ କରାଯାଇଥିଲା |

ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ଥିଲା ବିଗତ କରୋନା ରେ ଓଡିଶା ଡ୍ରାଇଭର ଭାଇ ମାନେ ଜୀବନ କୁ ବାଜି ଲଗାଇ ପରିବାର ଛାଡି ଗାଡି ଚଳାଇ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିଲେ |

ଗାଡି ମଟର ବନ୍ଦ ହେବା ଫଳରେ ଘରେ ହାତ ବାନ୍ଧି ପଡିରହିଲେ | ସରକାର ବିଭିନ୍ନ ବିଭାଗ କୁ କରୋନା ଯୋଦ୍ଧା ରେ ସମ୍ମାନିତ କରିଥିବା ବେଳେ ସମାଜ ରେ ଗମନା ଗମନ ରେ ଆଗଧାଡିର ମଙ୍ଗ ଧରିଥିବା ଡ୍ରାଇଭର ମାନଙ୍କୁ ସରକାର ଅଣଦେଖା କରିଛି | ବିଗତ କିଛି ଦୀନ ପୂର୍ବରୁ ଏହି ସମସ୍ୟା କୁ ନେଇ ଓଡିଶା ର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ପ୍ରତି ଜିଲ୍ଲା ର ଜିଲ୍ଲା ପାଳକୁ କରୋନା ଯୋଦ୍ଧା ରେ ସମ୍ମାନିତ କରିବା, ଜୀବନବିମା ଲାଗୁକରିବା ଓ ଅନ୍ୟ ସମସ୍ୟା କୁ ନେଇ ଦାବିପତ୍ର ମଧ୍ୟ ଦେଇଥିଲେ |

କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉତ୍ତର ଫେରାଇ ନଥିବାରୁ ପୁଣି ପ୍ରତି ଜିଲ୍ଲା, ପ୍ରତି ପଂଚାୟତ ରେ ଆଗାମୀ ଦୀନ ପାଇଁ କଣ ପଦ କ୍ଷେପ ନିଆଯିବ ବୈଠକ ଆରମ୍ଭ ହୋଇଯାଇଛି | ସେହି ଅବସରରେ ଆଜି ରାମଗଡ ଡ୍ରାଇଭର ସଂଘ ବୈଠକ ରେ ଆଲୋଚନା ଚକ୍ର ରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯେ ଜଦି ପ୍ରଶାସନ କୁ ଦେଇଥିବା ଦାବିପତ୍ର ଯଥା ଶୀଘ୍ର କାର୍ଯ୍ୟକାରୀ କରନ ଯାଏ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଓଡିଶା ଡ୍ରାଇଭର ମହାସଂଘ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବେ |

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...